fbpx

ବାଲେଶ୍ୱରରେ ଧରା ହେଲା ୨ କ୍ବିଣ୍ଟାଲ୍‌ର ଭେକଟି ମାଛ, ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେଲା

Advertisement

ବାଲେଶ୍ୱର: ପଶ୍ଚିମବଙ୍ଗର ଦୀଘା ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୨ କୁଇଣ୍ଟାଲ ଓଜନର ଏକ ବିରଳ ସାମୁଦ୍ରିକ କଉ ମାଛ ଦେଖିବାକୁ ମିଳିଛି। ଦୀଘା ସଂଲଗ୍ନ ସମୁଦ୍ରରୁ ଏକ ଟ୍ରଲରର ମତ୍ସ୍ୟଜୀବୀ ମାନେ ଏହି ମାଛଟିକୁ ଜାଲରେ ଧରିବା ପରେ ବିକ୍ରି ପାଇଁ ଏଠାକୁ ଆଣିଥିଲେ। ପଶ୍ଚିମବଙ୍ଗ କଲିକତା ବସିରହାଟ ଅଞ୍ଚଳର ଏହି ମାଛ ବ୍ୟବସାୟୀ ୩୮ ହଜାର ଟଙ୍କା ନିଲାମରେ ଏହି ବିରାଟ କାୟ ମାଛଟିକୁ କିଣି ନେଇଥିବା ଜଣାପଡିଛି। ଏହି ବିରଳ ମାଛକୁ ଦେଖିବା ପାଇଁ ସେଠାରେ ପ୍ରବଳ ଜନଗହଳି ଲାଗିଥିଲା।

ସୂଚନ ମୁତାବକ, ଗତ ୨୦୨୧ ଜୁଲାଇ ୨୮ ତାରିଖରେ ଏଠାରେ ଏଭଳି ଏକ ସାମୁଦ୍ରିକ କଉ ମାଛ ଦେଖିବାକୁ ମିଳିଥିଲା ବେଳେ ତାହା ଓଡ଼ିଶାର ପାରାଦ୍ବୀପ ନିକଟସ୍ଥ ସମୁଦ୍ରରୁ ଧରା ହୋଇ ଦୀଘା ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ବିକ୍ରି ହେବା ପାଇଁ ଆସିଥିଲା। ସେତେବେଳେ ଏହାକୁ ୩୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା ବେଳେ ଆଜିର ଏହି ସାମୁଦ୍ରିକ କଉ ମାଛଟି ୩୮ ହଜାର ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି।

ବଙ୍ଗଳା ଭାଷାରେ ଏହାକୁ ଭେକଟି ବା ଭୋଲା କଉ, ଓଡ଼ିଆ ଭାଷାରେ ‘ଦରିଆ ଭେକଟି’ ଓ ଇଂରାଜୀ ଭାଷାରେ ‘ରିକୋଟ’ ମାଛ ବୋଲି କୁହାଯାଏ। ଦୀଘା ସଂଲଗ୍ନ ସମୁଦ୍ରରେ ବିପୁଳ ପରିମାଣର ବିରଳ ମୂଲ୍ୟବାନ ମାଛ ଜାଲରେ ଧରା ହେଉଥିଲା ବେଳେ ବିଦେଶରେ ଏପ୍ରକାର ବିରଳ ସାମୁଦ୍ରିକ କଉ ମାଛର ଚାହିଦା ଅଧିକ ରହିଛି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.