fbpx

କୋରାନ କାହିଁକି ଲେଖାଗଲା ଆରବୀ ଭାଷାରେ? ଏହା ହେଉଛି ଅନ୍ୟ କେଉଁ ଭାଷାରେ ନ ଲେଖାଯିବାର କାରଣ

Advertisement

ନୂଆଦିଲ୍ଲୀ: ମୁସଲମାନ ଧର୍ମଗ୍ରନ୍ଥର ଲେଖକ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଆରବରେ ହୋଇଥିଲା ଏବଂ ସେ ସେହି ଆରବରେ ଛୋଟରୁ ବଡ଼ ହୋଇଥିଲେ । ଏହି କାରଣରୁ କୋରାନ ଆରବୀ ଭାଷାରେ ଆସିଥିଲା । କୋରାନ ଆରବୀ ଭାଷାରେ ଲେଖାହୋଇଥିଲା କାରଣ ପ୍ରୋଫେଟ ମହମ୍ମଦ ଏହାକୁ ବୁଝିପାରିଥିଲେ ଏବଂ କୋମକୁ ବୁଝାଇପାରିଥିଲେ ମଧ୍ୟ । କୋରାନର ଏକ ଆୟତରେ କୁହାଯାଇଛି ଯେ, ତହକିଙ୍କ ସହିତ ସମସ୍ତ ଜଗତର ଈଶ୍ୱରଠାରୁ କୋରାନ ପ୍ରକାଶ ପାଇଛି । ସ୍ୱଚ୍ଛ ଆରବୀ ଭାଷାରେ କୁହାଯାଇଛି ଯେ, ଏହା ମଧ୍ୟରେ ଏପରି ସନ୍ଦେଶ ପଠାଯାଇଛି, ଯେପରି ମଣିଷଙ୍କୁ ଚେତାବନୀ ଦିଆଯାଇପାରିବ ।

କୋରାନ ଯଦି ଆରବୀ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷାରେ ଲେଖାଯାଇଥାନ୍ତା ତେବେ ପ୍ରୋଫେଟ ମହମ୍ମଦଙ୍କୁ ଅସୁବିଧା ହୋଇଥାନ୍ତା, ଯାହା କୋରାନ ବିରୁଧ ହୋଇଥାନ୍ତା । ଯଦି କୋରାନ ଅନ୍ୟ କୌଣସି ଭାଷାରେ ଲେଖାଯାଇଥାନ୍ତା ତେବେ ପ୍ରୋଫେଟ ମହମ୍ମଦଙ୍କ ଭାଷା ଅଲଗା ହୋଇଥାନ୍ତା । ଏଭଳି ପରିସ୍ଥିତିରେ ଅନେକ ଲୋକ କୋରାନରୁ ନିର୍ଦ୍ଦେଶ ଦେବା କଷ୍ଟକର ହୋଇପଡ଼ନ୍ତି ।

ମୌଲାନା ତରିଫ ମସୁଦ ନିଜର ଏକ ବିବୃତ୍ତିରେ କହିଛନ୍ତି ଯେ, ଦୁନିଆର ସମସ୍ତ ଭାଷା ସମୟ ସମୟରେ ବଦଳିବାକୁ ଲାଗୁଛି । କିନ୍ତୁ ଆରବୀ ଭାଷାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ଅନେକ ପ୍ରାଚୀନ କାଳରୁ ସେହିଭଳି ରହିଛି ଏବଂ ସେପରି ସମାନ ରହିଛି । ସେ ଉଦାହରଣ ପାଇଁ ଇଂରାଜୀ ଭାଷା କଥା କହିଥିଲେ, ଇଂରାଜୀରେ କିଛି ଶବ୍ଦ ରହିଛି ଯାହାର ଅର୍ଥ ପୂର୍ବ ଅର୍ଥ ସହ ମେଳ ଖାଉନି ଅର୍ଥାତ ପୂର୍ବ ଶବ୍ଦର ଅର୍ଥ ବଦଳିଯାଇଛି ।

ସେ ପୁଣି କହିଛନ୍ତି, ଇଂରାଜୀରେ କିଛି ଶବ୍ଦ ମଧ୍ୟ ରହିଛି ଯାହାକୁ ଉଠାଇ ଦିଆଯାଇଛି । ଯଦି ୧୫୦ ବର୍ଷ ପୂର୍ବର ଇଂରାଜୀ ପୁସ୍ତକ ପଢିବାକୁ କେହି ଜଣେ ଚାହାଁନ୍ତି, ତେବେ ସେ ତାକୁ କୋଚିତ ବୁଝିପାରିବେ । କାରଣ ଭାଷା ବଦଳି ଯାଇଛି । କିନ୍ତୁ ଆରବୀୟ ଭାଷାରେ କୌଣସି ପରିବର୍ତ୍ତନ ହୋଇନଥିଲା । ସେ ପୂର୍ବ ପରି ଆଜି ମଧ୍ୟ ସମାନ ରହିଛି ।

Get real time updates directly on you device, subscribe now.