fbpx

ମେ’ ଶେଷରେ ପ୍ରକାଶ ପାଇବ +୨ ରେଜଲ୍ଟ!

ଭୁବନେଶ୍ୱର: ମେ’ ଶେଷ ସୁଦ୍ଧା ପ୍ରକାଶ ପାଇପାରେ +୨ ପିଲାଙ୍କ ପରୀକ୍ଷା ଫଳ । ଆସନ୍ତାକାଲିଠୁ ପିଲାମାନଙ୍କ ଖାତାଦେଖା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବା ବେଳେ ୨୩ ତାରିଖରେ ଏହା ଶେଷ ହେବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟର ଖାତାଦେଖା ମେ’ ୭ ତାରିଖ ସୁଦ୍ଧା ଶେଷ ହୋଇପାରେ । ତେବେ ଉଭୟ ପର୍ଯ୍ୟାୟ ପରେ ଟାବୁଲେସନ ଏବଂ ଏହାପରେ ଅର୍ଥାତ୍ ମେ’ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପଟେ ପରୀକ୍ଷା ଫଳ ପ୍ରକାଶ ପାଇବା କଥା ଶୁଣି ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.