fbpx
BSKY SKY
BSKY SKY

ସକାଳୁ ଉଠି ଏହି ୪ଟି କାମ କରୁଥିବା ବ୍ୟକ୍ତି ସର୍ବଦା ହୁଅନ୍ତି ଅସଫଳ, ଆପଣ କରୁନାହାନ୍ତି ତ?

BSKY

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସକାଳୁ ଆଖି ଖୋଲିବା ମାତ୍ରେ କେଉଁ ଜିନିଷ ଦେଖିବା, କେଉଁ ଜିନିଷ ନଦେଖିବା କଥା କୁହାଯାଇଛି । ତେଣୁ ୪ଟି ଜିନିଷ ଅଛି ଯାହାକି ସକାଳୁ ଶୋଇକି ଉଠିବା ପରେ ଦେଖିଲେ ଦିନଟି ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୪ଟି ଜିନିଷ କଥା ।

-ସକାଳୁ ଉଠି ଭୁଲରେ ମଧ୍ୟ ନିଜର କିମ୍ବା ଅନ୍ୟର ଛାୟା ଦେଖନ୍ତୁ ନାହିଁ । ସକାଳ ସୁର୍ଯ୍ୟ ଦର୍ଶନ ସମୟରେ ଯଦି ପଶ୍ଚିମ ଦିଗରେ ନିଜର ଛାଇ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ।

-ସକାଳୁ ଉଠି କଦାପି ରାତିରେ ପଡିଥିବା ଅଇଁଠା ବାସନ ଦେଖନ୍ତୁ ନାହିଁ । ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ, ଏହାଠାରୁ ବଞ୍ଚିବା ପାଇଁ ସର୍ବଦା ରାତିରେ ସବୁ ବାସନକୁ ସଫା କରି ରଖନ୍ତୁ ।

-ସକାଳୁ ଉଠିବା ମାତ୍ରେ କଦାପି ଆଇନା ଦେଖିବା କଥା ନୁହେଁ । ବାସ୍ତୁ ଅନୁସାରେ, ଏପରି କରିବା ଦ୍ୱାରା ରାତି ସାରା ସମସ୍ତ ନକରାତ୍ମକତା ଦପର୍ଣରେ ଆପଣଙ୍କୁ ମିଳିଥାଏ ।

-ହିଂସକ ଯନ୍ତୁଙ୍କ ଫଟୋ ଚିତ୍ର ବା ଜଙ୍ଗଲରେ ବାସ କରୁଥିବା ପଶୁ ମାନଙ୍କ ପେଟିଙ୍ଗ ସକାଳୁ ଉଠିବା ମାତ୍ରେ ଦେଖିବା ଭଲ ନୁହେଁ । ଯଦି ଘରେ ଏପରି କିଛି ପେଣ୍ଟିଙ୍ଗ ଲାଗିଛି ତେବେ ତାକୁ ତୁରନ୍ତ ବେଡରୁମରୁ ହଟାଇ ଦିଅନ୍ତୁ ।

Get real time updates directly on you device, subscribe now.