fbpx

+୨ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏବେ ମାଗଣା ନିଟ୍ , ଜେଇଇ କୋଚିଂ; ଆଜିିଠୁ ପରୀକ୍ଷାମୂଳକ ଭାବେ କ୍ଲାସ ଆରମ୍ଭ

AAKASH

ଭୁବନେଶ୍ୱର: ଯୁକ୍ତ ୨ ପିଲାଙ୍କୁ ଏଣିକି ଦିଆଯିବ ମାଗଣା ନିଟ୍ , ଜେଇଇ କୋଚିଂ । ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ୍ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ଲାଗି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ବ୍ୟବସ୍ଥା କରିଛି । ଆଜିଠାରୁ ୩ ଦିନ ପାଇଁ ପରୀକ୍ଷାମୂଳ ଭାବରେ ଆଜି ଠାରୁ ସକାଳ ସାଢେ ୮ ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଏହି କୋଚିଂ କ୍ଲାସ ଆରମ୍ଭ ହୋଇଛି । ୮ ତାରିଖରୁ ବିଧିବଦ୍ଧ କୋଚିଂ ପ୍ରକ୍ରିୟା ଆରମ୍ଭ ହେବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନଲାଇନ ମାଧ୍ୟମରେ ଏପରି କୋଚିଂ ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆଶାୟୀମାନଙ୍କ ଦକ୍ଷତା ବୃଦ୍ଧି ଲାଗି ସରକାରୀ ଉଚ୍ଚ ମାଧ୍ୟମିକ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ଆରମ୍ଭ ହେବ ଏହି କୋଚିଂ । ମାଗଣା କୋଚିଂ ସହ ମାଗଣା ପାଠ୍ୟ ଉପକ୍ରମ ବି ଯୋଗାଇ ଦିଆଯିବ । ପ୍ରିନ୍ସପାଲ ଓ ନୋଡାଲ ଅଫିସରମାନେ କଲେଜରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ନେଇ କାର୍ଯ୍ୟସୂଚୀ ଜାରି କରିବେ । କୋଚିଂ ସମୟରେ ନୋଡାଲ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରିପୋର୍ଟ ପ୍ରଦାନ କରିବେ ।

 

Get real time updates directly on you device, subscribe now.