fbpx
BSKY SKY
BSKY SKY

ମୃତ୍ୟୁ ପରେ ଜୀବିତ ହୋଇଥିବା ମହିଳାଙ୍କର ହେଲା ମୃତ୍ୟୁ, ମେଡିକାଲରୁ ଶବ ଆଣିବା ସମୟରେ ଫେରି ଆସିଥିଲା ଜୀବନ

BSKY

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଅବିଶ୍ୱସନୀୟ ଭାବରେ ମୃତ୍ୟୁ ପରେ ଜୀବିତ ହୋଇଥିବା ମହିଳାଙ୍କର ଏବେ ୧୮ ଦିନ ପରେ ମୃତ୍ୟୁ ହୋଇଯାଇଛି । ଏହି ମହିଳା ରାଠ କୋତୱାଲିର ସଦର ଗ୍ରାମରେ ରୁହନ୍ତି ଓ ବ୍ଲଡ କ୍ୟାନସରରେ ପୀଡିତ ଥିଲେ । ମୃତକଙ୍କୁ ୧୮ ଦିନ ତଳେ ଜଳନ୍ଧରର ଏକ ଘରୋଇ ହସ୍ପିଟାଲ ମୃତ ଘୋଷଣା କରିଦେଇଥିଲା । ଡାକ୍ତର ଶବକୁ ପରିଜନଙ୍କୁ ହସ୍ତାନ୍ତର କରିଥିଲେ । କିନ୍ତୁ ରାସ୍ତାରେ ମହିଳାଙ୍କ ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା । ଏହାପରେ ଆତ୍ମୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ଏବେ ୧୮ ଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି ଓ ତାଙ୍କ ଅନ୍ତିମ ସଂସ୍କାର କରି ଦିଆଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଅନୀତା ନାମ୍ନୀ ଏହି ମହିଳା ଜଣେ କ୍ୟାନସର ରୋଗୀ ଥିଲେ । ତାଙ୍କ ସ୍ୱାମୀ ଜଣେ ଦିନ ମଜୁରୀଆ ଥିଲେ । ୧୮ ଦିନ ତଳେ ଅନୀତାଙ୍କୁ ଜଳନ୍ଧରର ଏକ ଘରୋଇ ହସ୍ପିଟାଲ ମୃତ ଘୋଷଣା କରିଥିଲା । ଅନୀତାଙ୍କ ସ୍ୱାମୀ ଆମ୍ବୁଲାନ୍ସରେ ଶବକୁ ଧରି ଯାଉଥିବା ସମୟରେ ମଝି ରାସ୍ତାରେ ଅନୀତାଙ୍କ ଶ୍ୱାସକ୍ରିୟା ଚାଲିବା ଆରମ୍ଭ କରିଥିଲା । ସେ ଉଠିବସି ପାଣି ପିଇବାକୁ ମାଗିଥିଲେ । ପତ୍ନୀଙ୍କୁ ଜୀବିତ ଦେଖି ପତି ବହୁତ ଖୁସି ହୋଇଯାଇଥିଲେ । ଏହାପରେ ସେମାନେ ଅନୀତାଙ୍କୁ ଘରେ ରଖି ଚିକିତ୍ସା କରୁଥିଲେ । କିନ୍ତୁ ଗତ ମଙ୍ଗଳବାର ଦିନ ରାତିରେ ତାଙ୍କ ସ୍ୱାସ୍ଥ୍ୟ ପୁଣି ବହୁତ ଖରାପ ହେବାରେ ଲାଗିଲା ଓ ସକାଳେ ତାଙ୍କ ମୃତ୍ୟୁ ହୋଇଗଲା ।

Get real time updates directly on you device, subscribe now.