fbpx

(Video)ଶ୍ରୀରାମଙ୍କୁ ପ୍ରଣାମ କରି ଧନୁରୁ ତୀର ଚଳାଇଲେ ବିରାଟ କୋହଲି: ଭିଡିଓ ଦେଖି ଫ୍ୟାନ କହିଲେ…

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର କେପଟାଉନରେ ସାଉଥ ଆଫ୍ରିକା ଏବଂ ଭାରତ ମଧ୍ୟରେ ଟେଷ୍ଟ ମ୍ୟାଚ ଜାରି ରହିଛି । ତେବେ ଏହା ମଧ୍ୟରେ ଭାରତୀୟ ପୂର୍ବତନ କ୍ୟାପଟେନ ବିରାଟ କୋହଲିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ତାଙ୍କର ଏପରି ଅନ୍ଦାଜ ତାଙ୍କ ଫ୍ୟାନଙ୍କୁ ବେଶ ଅସନ୍ଦ ମଧ୍ୟ ଆସୁଛି ।

ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଖେଳ ଚାଲିଥିବା ସମୟରେ ହଠାତ ଷ୍ଟାଡିୟମରେ ‘ରାମ ସୀୟା ରାମ’ ଗୀତ ବାଜିଉଠିଥିଲା । ତେବେ ଏହି ଗୀତର ତାଳେ ତାଳେ କୋହଲି ଷ୍ଟାଡିୟମରେ ପ୍ରଭୁ ଶ୍ରୀରାମଙ୍କ ଭଳି ଧନୁ ତୀର ଧରିବାର ପୋଜ ଦେଇଥିଲେ । ଏହା ପରେ ସେ ସମସ୍ତଙ୍କୁ ହାତ ଯୋଡ଼ି ପ୍ରଣାମ ମଧ୍ୟ କରିଥିଲେ । ତେବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି । ସାଉଥ ଆଫ୍ରିକୀୟ କ୍ରିକେଟର କେଶବ ମହାରାଜ ବ୍ୟାଟିଙ୍ଗ କରିବାକୁ ଆସିବା ସମୟରେ ଏହି ଗୀତ ହଠାତ ବାଜି ଉଠିଥିଲା । ସେହି ସମୟରେ ଦେଖିବାକୁ ମିଳିଥିଲା କୋହଲିଙ୍କର ଏପରି ମଜାଦାର ଆକ୍ଶନ ।

ତେବେ କୋହଲିଙ୍କର ଏପରି କାରନାମା ଦେଖି ତାଙ୍କ ଫ୍ୟାନ ତାଙ୍କୁ ସଲାମ କରିଛନ୍ତି । କିଛି ଲୋକ ତାଙ୍କୁ ପ୍ରଭୁ ଶ୍ରୀରାମଙ୍କର ଭକ୍ତ କହିବା ସହିତ ବିଭିନ୍ନ ଉପାୟାରେ ପ୍ରଶଂସା କରିବାରେ ଲାଗିଛନ୍ତି । ତେବେ କୋହଲିଙ୍କର ଏହି ଭିଡିଓକୁ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି ।

Get real time updates directly on you device, subscribe now.