fbpx
BSKY SKY
BSKY SKY

T-20 ବିଶ୍ୱକପରେ Team India ବିପକ୍ଷରେ ଖେଳିବେ ଭାରତୀୟ ଖେଳାଳି: ଆମେରିକା ଦଳରେ Indian Players

BSKY

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ସାମିଲ ହେବେ । ତେବେ ଏହି ବିଶ୍ୱକପରେ ଟିମ ଇଣ୍ଡିଆ ବିପକ୍ଷରେ ମିଦାନକୁ ଓହ୍ଲାଇରେ ଭାରତୀୟ ଖେଳାଳି । ଅର୍ଥାତ୍ ଏଥର ବିଶ୍ୱକପରେ ଟିମ ଇଣ୍ଡିଆ ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟ ଯୁଦ୍ଧ ଦେଖିବାକୁ ମିଳିବ । ଟି-ବିଶ୍ୱକପ ପାଇଁ ଆୟୋଜକ ଦଳ ଆମେରିକା(USA) ମଧ୍ୟ ନିଜ ଦଳ ଘୋଷଣା କରିଛି । ଏହି ୧୫ ଜଣିଆ ବିଶ୍ୱକପ ଦଳରେ ମୋନାଙ୍କ ପଟେଲଙ୍କୁ ନେତୃତ୍ୱ ମିଳିଛି । ମୋନାଙ୍କ ପଟେଲଙ୍କ ବ୍ୟତୀତ ଦଳରେ ଅନେକ ଭାରତୀୟ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି ।

ଟି-୨୦ ବିଶ୍ୱକପ ପାଇଁ ୟୁଏସଏ ୧୫ ଜଣିଆ ଦଳ ଘୋଷଣା କରିସାରିଛି । ଏହି ଦଳରେ ମୋନାଙ୍କ ପଟେଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ମୋନାଙ୍କ ହେଉଛନ୍ତି ଜଣେ ଭାରତୀୟ । ଗୁଜୁରାଟର ଆନନ୍ଦ ସହରରେ ଜନ୍ମଗ୍ରହଣ କରିଥିବା ମୋନାଙ୍କ ପ୍ରଥମେ ଅଣ୍ଡର-୧୯ରେ ଗୁଜୁରାଟ ଦଳର ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ପରେ ସେ ଆମେରିକା ଚାଲିଯାଇଛନ୍ତି । ବର୍ତ୍ତମାନ ଆମେରିକା ଦଳରୁ କ୍ରିକେଟ ଖେଳୁଥିବା ବେଳେ ଏଥର ଟି-୨୦ ବିଶ୍ୱକପ ଦଳରେ ତାଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି । ମୋନାଙ୍କ ପଟେଲଙ୍କ ସହ ଦଳରେ ଆହୁରି ଅନେକ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛି ଆମେରିକା । ତେବେ ୨୦୧୨ ଅଣ୍ଡର-୧୯ ବିଶ୍ୱକପ ବିଜୟୀ(ଭାରତ) ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କୁ ଦଳରୁ ବାଦ୍ ଦେଇଛି ୟୁଏସଏ । ଏହାସହିତ ୱିକେଟ କିପର ସ୍ମିତ ପଟେଲ ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି ।

ଆମେରିକାର ବିଶ୍ୱକପ ଦଳରେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ମିଲିନ୍ଦ କୁମାରଙ୍କୁ ସାମିଲ କରାଯାଇଛି । ଏହାସହିତ ମୁମ୍ବାଇର ସ୍ପିନର ହରମୀତ ସିଂହ, ସୌରଭ ନେତ୍ରାବଲକର ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ସେହିପରି ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କୋରୀ ଆଣ୍ଡରସନ୍ ମଧ୍ୟ ବିଶ୍ୱକପରେ ନିଜ ପୂର୍ବତନ ଦେଶ ବିପକ୍ଷରେ ମ୍ୟାଚ ଖେଳିବେ । ଆମେରିକା ବିଶ୍ୱକପ ଦଳରେ ପାକିସ୍ତାନରେ ଜନ୍ମିତ ଷ୍ଟାର ବୋଲର ଅଲୀ ଖାନ୍ ମଧ୍ୟ ସାମିଲ ହୋଇଛନ୍ତି ।

ଟି-୨୦ ବିଶ୍ୱକପ ପାଇଁ ଆମେରିକା ଦଳ: ମୋନାଙ୍କ ପଟେଲ(ଅଧିନାୟକ), ଆରୋନ ଜୋନ୍ସ(ଉପ-ଅଧିନାୟକ), ଏଣ୍ଡ୍ରିଜ ଗୌସ, କୋରୀ ଆଣ୍ଡରସନ୍, ଅଲୀ ଖାନ୍, ହରମୀତ ସିଂହ, ଜେସି ସିଂହ, ମିଲିନ୍ଦ କୁମାର, ନିସର୍ଗ ପଟେଲ, ନିୀତିଶ କୁମାର, ନୋଶତୁସ କେନଜିଗେ, ସୌରଭ ନେତ୍ରବଲକର, ଶେଡଲୀ ୱାନ୍ ଶଳ୍କବିକ, ଷ୍ଟିଭେନ୍ ଟେଲର, ସାୟନ୍ ଜହାଙ୍ଗୀର

ରିଜର୍ଭ ଖେଳାଳି: ଗଜାନନ୍ଦ ସିଂହ, ଜୁଆନାୟ ଡ୍ରିସଡେଲ, ୟାସିର ମହମ୍ମଦ

Get real time updates directly on you device, subscribe now.