fbpx
BSKY SKY
BSKY SKY

(Video) ଟିକେଟ ନ ମିଳୁ… ସିଧା କେନ୍ଦ୍ରରେ ଲଢିବେ ଶ୍ରୀମୟୀ ମିଶ୍ର! ପଛରେ ପଡ଼ଯିବେ କି ସୁଲତା ଦେଓ?

BSKY

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ସରିଯାଇଛି । ଓଡ଼ିଶାର ସମସ୍ତ ଲୋକସଭା ଏବଂ ବିଦାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ବିଜୁ ଜନତା ଦଳ । କିନ୍ତୁ ଆରମ୍ଭରୁ ଏପର୍ଯ୍ୟନ୍ତ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ର । ବିଜେଡି ଏଥର ତାଙ୍କୁ ଲୋକସଭା ପ୍ରାର୍ଥୀ ଭାବରେ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶ୍ରୀମୟୀଙ୍କୁ ବାଦ୍ ଦେଇଥିଲା ଦଳ । ଏହାପରେ ବିଧାନସଭା ଆସନରେ ମଧ୍ୟ ତାଙ୍କ ନାମ କୌଣସି ଆସନରେ ସାମିଲ ହୋଇନାହିଁ । ଏବେ ସେ ବିଜେଡିର ଆଗ ଧାଡ଼ିର ନେତ୍ରୀ ସୁଲତା ଦେଓଙ୍କୁ ରିପ୍ଲେସ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ନ ଲଢି ମଧ୍ୟ ସିଧା କେନ୍ଦ୍ରରେ ଓଡ଼ିଶା ପାଇଁ ପ୍ରଶ୍ନବାଣରେ ବିରୋଧୀଙ୍କ ସାମନା କରିବା ନେଇ ଆଲୋଚନାର ବିଷୟ ପାଲଟିଛି ।

ବିଜୁ ଜନତା ଦଳରେ ଶ୍ରୀମୟୀ ମିଶ୍ର ଜଣେ ଶକ୍ତିଶାଳି ମହିଳା ନେତ୍ରୀ । ହେଲେ ତାଙ୍କୁ ଆଗାମୀ ନିର୍ବାଚନରେ କୌଣସି ଲୋକସଭା ଆସନରୁ ସାଂସଦ ପାଇଁ ଟିକେଟ ମିଳିଲା ନାହିଁ । ଏପରିକି ବିଧାନସଭା ଆସନରୁ ମଧ୍ୟ ବିଜେଡି ତାଙ୍ୁକ କୌଣସି ଟିକେଟ ଦେଇନାହିଁ । ତେବେ ଶେଷରେ କେବଳ ଜଣେ ଷ୍ଟାର ପ୍ରଚାରକ ଭାବରେ ତାଙ୍କୁ ଦଳରେ ସାମିଲ କରିଛି ବିଜେଡି । ତେବେ ବର୍ତ୍ତମାନ ବିନା ନିର୍ବାଚନରେ ଶ୍ରୀମୟୀ ସିଧା ଓଡ଼ିଶାର ହକ ପାଇଁ ଲଢ଼େଇ କରପାରନ୍ତି । ସୂଚନା ଅନୁସାରେ, ବିଜେଡି ଶ୍ରୀମୟୀଙ୍କୁ ରାଜ୍ୟସଭା ପାଇଁ ପଠାଇପାରେ । ରାଜ୍ୟସଭାରେ ଶ୍ରୀମୟୀ ଯାଇ ଓଡ଼ିଶାର ହକ ପାଇଁ ଲଢ଼େଇ କରି ପାରନ୍ତି । ସୁଲତା ଦେଓଙ୍କ ସ୍ଥାନରେ ଶ୍ରୀମୟୀ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏବେ ରାଜନୀତି ମହଳରେ ଚର୍ଚ୍ଚା ହେଉଛି । ଦଳ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ଏବେ ଏମିତି କିଛି ଆଲୋଚନା ମୁଣ୍ଡ ଟେକିଛି । ଯାହାପରେ ଶ୍ରୀମୟୀଙ୍କ ପାଇଁ ଏବେ ସାଧାରଣ ଜନତା ଶୁଭେଚ୍ଛା ଜଣାଉଛନ୍ତି ।

ସୁଲତା ଦେଓଙ୍କ ସ୍ଥାନରେ ରାଜ୍ୟସଭାକୁ ଯାଇ ପାରନ୍ତି ଶ୍ରୀମୟୀ ମିଶ୍ର । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ଚର୍ଚ୍ଚାକୁ ସାଧାରଣ ଲୋକେ ସ୍ୱାଗତ ମଧ୍ୟ କରିଛନ୍ତି । ଶ୍ରୀମୟୀ ମିଶ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୧୪୭ଟି ବିଧାନସଭା ଆସନ ମଧ୍ୟରୁ କେବଳ ଶ୍ରୀମୟୀଙ୍କୁ ନେଇ ଚର୍ଚ୍ଚା ସବୁଠାରୁ ଆଗରେ । ତେବେ ଏହାରି ଭିତରେ ଶ୍ରୀମୟଙ୍କୁ କଣ ପାଇଁ ରାଜ୍ୟସଭା ପଠାଯିବା ଦରକାର ସେହି କଥା ସାମ୍ନାକୁ ଆସିଛି । ଶ୍ରୀମୟୀ ହେଉଛନ୍ତି ଏମିତି ଜଣେ ନେତ୍ରୀ ଯିଏ ପୁରୁଖା ନେତାଙ୍କୁ ପଛରେ ପକାଇ ଏବେ ଚର୍ଚ୍ଚାରେ ଆଗରେ ରହିଛନ୍ତି । ଏମିତିି ସବୁ କାରଣ କହିଦେଉଛି ଶ୍ରୀମୟୀ ରାଜ୍ୟସଭାକୁ ଯିବା ଦରକାର ବୋଲି । ପ୍ରଥମ କାରଣ ହେଉଛି ଶ୍ରୀମୟୀ ହେଉଛନ୍ତି ଜଣେ ବିଜେଡିର ଶୃଙ୍ଖଳିତ ଏବଂ ବିବାଦରେ ନଥିବା ନେତ୍ରୀ । ଆଜିପର୍ଯ୍ୟନ୍ତି ବିବାଦରେ ରହି ନାହାଁନ୍ତି ଶ୍ରୀମୟୀ । ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂଶା ସାଉଣ୍ଟିଛନ୍ତି । କାରଣ ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ଦାୟୀତ୍ୱ ଦେଇଛନ୍ତି ତାକୁ ସୁଚାରୁ ରୁପରେ ନିଭାଇଛନ୍ତି । ସେ ହେଉଛନ୍ତି ଦଳର ଜଣେ ଆଗଧାଡ଼ିର ମହିଳା ନେତ୍ରୀ ।

ଦ୍ୱିତୀୟ କାରଣ ହେଉଛି ଭୁବନେଶ୍ୱରରେ ଲୋକପ୍ରିୟତା ହାତେଇଛନ୍ତି ଶ୍ରୀମୟୀ । ଯେତେବେଳେ ତାଙ୍କୁ ଓଟିଡିସିର ଦାୟିତ୍ୱ ମିଳିଥିଲା ସେତେେବେଳେ ସେ ରାଜଧାନୀରେ ଅଧିକ ସକ୍ରିୟ ହୋଇଥିଲେ । ତାଙ୍କୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଆଉ ଯେତେବେଳେ ତାଙ୍କୁ ଭୁବନେଶ୍ୱରର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିଲା ସେତେବେଳ ଭୁବନେଶ୍ୱର ସଂସଦିୟ କ୍ଷେତ୍ରରେ ବିଧାୟକ ମାନେ ଭଲ ମନେରେ ଗ୍ରହଣ କରିଥିଲେ । ଯାହା ତାଙ୍କୁ ଟିକେଟ ମିଳିବା ଆଶାକୁ ଦ୍ୱିଗୁଣିତ କରିଛି ।

Get real time updates directly on you device, subscribe now.