fbpx
BSKY SKY
BSKY SKY

ଅନନ୍ତନାଗରେ ବଡ଼ ଦୁର୍ଘଟଣା, ଘାଇକୁ ଖସିଲା ସେନା ଗାଡି: ଜଣେ ମୃତ, ୯ଆହତ

BSKY

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଅନନ୍ତନାଗରେ ଏକ ସେନା ଗାଡି ଘାଇକୁ ଖସିପଡିଛି । ଏହି ଦୁର୍ଘଟଣାରେ ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ନଅ ଜଣ ଆହତ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

ଜଣେ ଅଧିକାରୀ କହିଛନ୍ତି ଯେ ୧୯ ଆରଆର ସାମରିକ ଗାଡି ବାଟାଗୁଣ୍ଡ ଭେରିନାଗରେ ରାସ୍ତାରୁ ନିୟନ୍ତ୍ରଣ ହରାଇ ଏକ ଘାଇରେ ପଡ଼ିଯାଇଥିଲା । ଏପର୍ଯ୍ୟନ୍ତ ଜଣେ ଯବାନଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ଅନ୍ୟ ୯ଜଣ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ଆହତ ଯବାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି ।

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଅନନ୍ତନାଗ ପୋଲିସ କହିଛି ଯେ, କିଛି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଖବର ଦିଆଯାଇଛି ଯେ ଆତଙ୍କବାଦୀମାନେ ବାଟୁଗୁଣ୍ଡ ଟପ୍, ଡରୁ ଠାରେ ସେନା ଗାଡି ଉପରେ ଆକ୍ରମଣ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ, ବରଂ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ।

Get real time updates directly on you device, subscribe now.