fbpx
BSKY SKY
BSKY SKY

ଅଶ୍ଳୀଳ ଭିଡିଓ ମାମଲାରେ ଫସିଥିବା ପ୍ରଜ୍ଜ୍ୱଳଙ୍କ ପିତା ଏଚଡି ରେଭାନ୍ନା ଗିରଫ, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ 

BSKY

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକ ଅଶ୍ଳୀଳ ଭିଡିଓ ମାମଲାରେ ସମ୍ପୃକ୍ତ ଥିବା ପୂର୍ବତନ ଜେଡିଏସ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ପିତାଙ୍କୁ ଏସଆଇଟି ଗିରଫ କରିଛି । ଏଚଡି ରେଭାନ୍ନାଙ୍କ ଏହି ଗିରଫଦାରୀ ଏକ ଅପହରଣ ମାମଲାରେ ଘଟିଛି । ଏକ ଅପହରଣ ମାମଲାରେ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଏଚଡି ରେଭାନ୍ନାଙ୍କୁ ଗିରଫ କରାଯାଇଛି । ଏହା ସହିତ ଏଚଡି ରେଭାନ୍ନା ମଧ୍ୟ ଏସଆଇଟିର ହେପାଜତକୁ ଯାଇଛନ୍ତି । ଏଚଡି ରେଭାନ୍ନା ବର୍ତ୍ତମାନ ଜେଡିଏସର ଜଣେ ବିଧାୟକ  ।

 

ରେଭାନ୍ନାଙ୍କୁ ବେଙ୍ଗାଲୁରୁର ପଦ୍ମନାଭନଗରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ବାସଭବନରୁ ଅଟକ ରଖି ସିଆଇଟି କାର୍ଯ୍ୟାଳୟକୁ ନିଆଯାଇଥିଲା । ସାଂସଦ-ବିଧାୟକ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ଏସଆଇଟି ଅଧିକାରୀମାନେ ଚଢ଼ାଉ ଆରମ୍ଭ କରିଥିଲେ ।

 

ଏହି ଚଢ଼ାଉ ସମୟରେ ପୋଲିସ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ସେ ଦେବଗୌଡାଙ୍କ ଘରେ ଅଛନ୍ତି । ଏହା ପରେ ଦୁଇଟି କାରରେ ଥିବା ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ । ଅଧିକାରୀମାନେ ପହଞ୍ଚିବାର ୧୫ ମିନିଟ ପରେ ମଧ୍ୟ ଘରର କବାଟ ଖୋଲାଯାଇ ନଥିଲା । ତା’ପରେ ରେଭାନ୍ନା ନିଜେ କବାଟ ଖୋଲି ବାହାରକୁ ଆସିଲେ । ଏସଆଇଟି ଅଧିକାରୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ସାଙ୍ଗରେ ନେଇ ଅଫିସକୁ ଚାଲିଗଲେ  ।

Get real time updates directly on you device, subscribe now.