fbpx
BSKY SKY
BSKY SKY

କୁନୋ ପାର୍କରୁ ଚିତାବାଘ ଫେରାର୍: ରାଜସ୍ଥାନରେ ବାଘକୁ ନେଇ ବଢୁଛି ଭୟ

BSKY

ନୂଆଦିଲ୍ଲୀ: କୁନୋ ଜାତୀୟ ପାର୍କରୁ ଏକ ଆଫ୍ରିକୀୟ ଚିତାବାଘ ଚମ୍ପଟ ମାରି ରାଜସ୍ଥାନକୁ ଚାଲି ଆସିଛି । ଖସିଥିବା ଚିତାବାଘ ଆଫ୍ରିକାର ନାମିବିଆରୁ ଦୁଇବର୍ଷ ତଳେ ନିଆଯାଇଥିଲା । ଏହି ଚିତା ଖସି ରାଜସ୍ଥାନ କରୌଲି ଜିଲ୍ଲାର କରନପୁର ସିମରା ଗାଁରେ ପହଞ୍ଚିଛି । ଶନିବାର ସକାଳେ ବାଘ ପଶିଥିବାର ଖବର ପାଇ ଆଖପାଖ ସବୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ବନବିଭାଗ ଓ ପୋଲିସ୍ ଟିମ୍ ସେଠାରେ ପହଞ୍ଚି ତାକୁ ଧରିବା ପାଇଁ ଉଦ୍ୟମ କରିଥିଲେ ।

ବନ ବିଭାଗ ସେଠାକାର ଲୋକମାନଙ୍କୁ ଜଙ୍ଗଲ ପାଖରୁ ଦୂରରେ ରହି କାରବାର ହେବା ପାଇଁ ସତର୍କ କରିଦେଇଛି । ଏହା ମଧ୍ୟପ୍ରଦେଶ କୁନୋ ସଫାରି ପାର୍କରେ ବୁଲୁଥିବା ବେଳେ କୌରାବି ଠାରେ ପହଞ୍ଚିଥିବାର ସୂଚନା ମିଳିଛି । ଏହାକୁ ଧରି ପୁଣି କୁନୋକୁ ନିଆଯିବ ବୋଲି ବନ ବିଭାଗସ ଅଧିକାରୀ କହିଛନ୍ତି । ସିମରା ଗ୍ରାମର ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, ଆଜି ସକାଳୁ କିଛି ଗ୍ରାମବାସୀ କ୍ଷେତକୁ ଯିବା ସମୟରେ ଚିତାକୁ ଦେଖିଥିଲେ । ସେଠାରୁ ସେମାନେ ବାଘକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଏବଂ ସଙ୍ଗେ ସଙ୍ଗେ ଅନ୍ୟ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଏହି ଘଟଣା ପରେ ବହୁ ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଏହା ପରେ ତୁରନ୍ତ ସ୍ଥାନୀୟ ଲୋକମାନେ ମିଶି ବନ ବିଭାଗ ଏବଂ ପାଖ ପୋଲିସକୁ ଖବର ଦେଇଖିଲେ ।

Get real time updates directly on you device, subscribe now.