fbpx

କଡା ସୁରକ୍ଷା ବଳୟରେ ବାରବାଟୀ ପହଞ୍ଚିଲେ ୨ ଦଳ

କଟକ,୨୨ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ଉଭୟ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି । କଡା ସୁରକ୍ଷା ବଳୟରେ ୨ ଦଳକୁ ଷ୍ଟାଡିୟମ୍ ନିଆଯାଇଛି । ଅପରାହ୍ନ ୧ଟା ୩୦ ମିନିଟରେ ମ୍ୟାଚ୍ ଆରମ୍ଭ ହେବ । ବାରବାଟୀରେ ମ୍ୟାଚ୍ ଦେଖିବାକୁ ସକାଳୁ କ୍ରିକେଟ୍ ପ୍ରେମୀଙ୍କ ଗହଳି ଲାଗିରହିଛି ।

ତେବେ ଆଜି ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ । ତିନି ମ୍ୟାଚର ଶୃଙ୍ଖଳା ଏବେ ୧-୧ରେ ଥିବାରୁ ନିର୍ଣ୍ଣାୟକ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ମ୍ୟାଚ ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଦ ପିଇ ଆସିଲେ ଷ୍ଟାଡ଼ିଅମରୁ ପୋଲିସ ବିଦା କରିବ ବୋଲି ସୂଚନା ମିଳିଛି । ଏହାସହ ପାଣି ବୋତଲ ଓ ଖାଦ୍ୟ ନେବା ପାଇଁ ଷ୍ଟାଡିୟମ ଭିତରକୁ ମନା କରାଯାଇଛି ।

Get real time updates directly on you device, subscribe now.