fbpx

ସିଏଏକୁ ଇମରାନଙ୍କ ଡର, କହିଲେ-‘ପାକିସ୍ତାନ ଉପରେ କୌଣସି ମୁହୁର୍ତ୍ତରେ ଆକ୍ରମଣ କରିପାରେ ଭାରତ’

ନୂଆଦିଲ୍ଲୀ,୨୨ ।୧୨: ଭାରତର ଅନ୍ତରୀଣ ମାମଲାକୁ ନେଇ ପୁଣି ବୟାନ ଦେଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ । ଭାରତର ନାଗରିକତା ସଂଶୋଧନ ଆଇନକୁ ନେଇ ପାକିସ୍ତାନ ଉପରେ ବିପଦ ରଖିଛି ବୋଲି ଇମରାନ୍ କହିଛନ୍ତି । ଏନେଇ ଆଜି ଟ୍ୱିଟ୍ କରିଛନ୍ତି ଇମରାନ୍ । ଟ୍ୱିଟରରେ ସେ କହିଛନ୍ତି, ଭାରତ ନିଜର ଅନ୍ତରୀଣ ମାମଲାରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ଉପରେ ଆକ୍ରମଣ କରିପାରେ । କୌଣସି ବି କାର୍ଯ୍ୟାନୁଷ୍ଠାନର ସଠିକ୍ ଜବାବ୍ ଦିଆଯିବ ବୋଲି ମଧ୍ୟ ସେ ଟ୍ୱିଟରେ କହିଛନ୍ତି ।

ଏହା ସହ ଇମରାନ୍ ଅଭିଯୋଗ କରିଛନ୍ତି ଯେ, ଭାରତ ଫାସୀବାଦୀ ବିଚାରଧାରା ସମେତ ହିନ୍ଦୁ ରାଷ୍ଟ୍ର ଆଡକୁ ମୁହାଁଉଛି । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଯେପରି ବିକ୍ଷୋଭ ପ୍ରଦର୍ଶନ ହେଉଛି, ଏଥିରୁ ପାକିସ୍ତାନ ପ୍ରତି ବିପଦ ବଢିବାରେ ଲାଗିଛି । ଭାରତୀୟ ସେନାଧ୍ୟକ୍ଷଙ୍କ ଟିପ୍ପଣୀ ପରେ ପାକିସ୍ତାନର ଚିନ୍ତା ଆହୁରି ବଢିବାରେ ଲାଗିଛି ।

Get real time updates directly on you device, subscribe now.