fbpx

୨ ବର୍ଷ ପୂର୍ବରୁ ସୌରମଣ୍ଡଳକୁ ଆସିଛି ନୂଆ ଅତିଥି, ଏଲିୟନ୍ ନା ଆଉ କିଛି ବୋଲି ଚିନ୍ତାରେ ବୈଜ୍ଞାନିକ

ଦୁଇବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ରେ ଆମ ସୌର ମଣ୍ଡଳକୁ ନୂଆ ଅତିଥି ଆସିଥିଲେ । ବହୁତ ରହସ୍ୟମୟୀ ଭାବେ ଆମ ସୌରମଣ୍ଡଳକୁ ଆସିଥିବା ଏହି ଅତିଥିଙ୍କ ନାମ ହେଉଛି ଓଉମୁଆମୁଆ । ପ୍ରଥମେ ବୈଜ୍ଞାନିକମାନେ ଏହାକୁ ଆଷ୍ଟ୍ରେରଏଡ ଭାବୁଥିଲେ, କିନ୍ତୁ ଏବେ ସଙ୍କେତ ମିଳୁଛି ଯେ ଏହା ଏଲିୟନ୍ ଟେକ୍ନୋଲୋଜି ।


ତେବେ ଏହାକୁ ଏଲିୟନ ଟେକ୍ନୋଲୋଜି କହିବା କାରଣ ହେଉଛି, ସିଗାର ଆକାରର ଏହି ପଥର ଧୀରେ ଧୀରେ ଖସିବାରେ ଲାଗିଛି । ଯେପରିକି ତାହାକୁ କିଏ ଧକ୍କା ଦେଉଛି । ଏହା ପ୍ରଥମେ କିଛି ମାସ ପାଇଁ ସ୍ଥିର ଥିଲା । କିନ୍ତୁ ବର୍ତ୍ତମାନ ଏହା କାହିଁକି ଖସୁଛି ବୋଲି ବୈଜ୍ଞାନିକମାନେ ମଧ୍ୟ ବୁଝିପାରୁ ନାହାନ୍ତିି ।

ବୈଜ୍ଞାନିକଙ୍କ ମତରେ, ଓଉମୁଆମୁଆ ଏକ ଗ୍ରହ ପରି ଆସିଥିଲା, କିନ୍ତୁ ଏହା ପଛରେ ନା ଥିଲା ଲାଞ୍ଚ, ନା ଥିଲା ଆଲୋକ । ଏଥିପାଇଁ ଏହା ପ୍ରମାଣିତ ହେଉଊଛି ଯେ, ଏହା ଆମ ସୌରମଣ୍ଡଳର ବାହାରୁ ଆସିଛି । ଏହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ବୈଜ୍ଞାନିକ ।

Get real time updates directly on you device, subscribe now.