fbpx

ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍

ଭୁବନେଶ୍ୱର, ୨୦ା୮(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଲକ୍ଷାଧିକ ଜୀବନକୁ ପରିବର୍ତ୍ତନ କରିବ ଡିଜିଟାଲ ଇଣ୍ଡିଆ । ଏହାସହ ୧୮ ମାଓପ୍ରବଣ ଅଞ୍ଚଳରେ ୪୮୩ ମୋବାଇଲ ଟାୱାର ପ୍ରତିଷ୍ଠା ହୋଇଛି । ଏହି ପଦକ୍ଷେପ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ ଦେବା ସହ ଆର୍ଥିକ କାର୍ଯ୍ୟକୁ ବୃଦ୍ଧି କରିବ । ସେହିପରି ୧୬ଟି ଜିଲ୍ଲାରେ ୩୨୯୧ ପଞ୍ଚାୟତକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ ହୋଇଛି । ଏହା ଲୋକଙ୍କୁ ହାଇସ୍ପିଡ଼ ଇଣ୍ଟରନେଟର ସୁବିଧା ହେବ । ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କିଂ ସୁବିଧା ମିଳି ପାରିଛି । ୬୫୦ରୁ ଅଧିକ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସୁବିଧା ଯୋଗାଉଛି । ଏହା ଆତ୍ମନିର୍ଭର ଭାରତ ପାଇଁ ଡିଜିଟାଲ ନବସୃଜନର ଢ଼ାଞ୍ଚା ପ୍ରସ୍ତୁତ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.