fbpx
BSKY
BJD MC SKY
BJD MS SKY

ଚିହ୍ନଟ ହେଲେ ଆଉ ୧୧କରୋନା ରୋଗୀ , ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦କୁ ବୃଦ୍ଧି

ଭୁବନେଶ୍ୱର, ୩ା୪(ଓଡ଼ିଶା ଭାସ୍କର): ବର୍ତ୍ତମାନ କରୋନାରେ ଆଉ ୧୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି । ସୂର୍ଯ୍ୟନଗରରେ ବାହାରିଥିବା ୫ମ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସି ୭ଜଣ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅ ଏବଂ ଭଡ଼ାରେ ରହୁଥିବା ଲୋକ ସଂକ୍ରମିତ ହୋଇଛନ୍ତି । ବମିଖାଲ-୩, କଟକ-୧, ପୁରୀ-୧, ଯାଜପୁର-୧, ଭଦ୍ରକ-୨ ଜଣ ବହାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

Get real time updates directly on you device, subscribe now.