fbpx

ଓଡିଶା ଘୋଷଣା କଲା ୨୦ ଜଣିଆ ରଣଜୀ ଦଳ: କିଏ ପାଇଲେ ସ୍ଥାନ? ଅଧିନାୟକ ହେବେ ଏହି ଷ୍ଟାର ଖେଳାଳି

ଭୁବନେଶ୍ୱର: ଆସନ୍ତା ରଣଜୀ ଟ୍ରଫି ପାଇଁ ଘୋଷଣା ହୋଇଛି ୨୦ ଜଣିଆ ଓଡିଶା ରଣଜୀ ଟିମ । ସୌରାଷ୍ଟ୍ର, ମୁମ୍ବାଇ ଏବଂ ଗୋଆ ବିପକ୍ଷ ମ୍ୟାଚ ପାଇଁ ଦଳ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ । ରଣଜୀ ଟ୍ରଫି ପାଇଁ ଦଳର ଷ୍ଟାର କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଛି ଅଧିନାୟକ ପଦ । ତେବେ ଦଳରେ ସାମିଲ ରହିଛନ୍ତି ଅନୁରାଗ ଷଡଙ୍ଗୀ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ଅଭିଷେକ ରାଉତ, ଅଂଶୁମାନ ରାଉତ, ଗୋବିନ୍ଦ ପୋଦ୍ଦାର । ଏମାନଙ୍କ ବ୍ୟତୀତ ଦେବାଶିଷ ସାମନ୍ତରାୟ, ରାକେଶ ପଟ୍ଟନାୟକ, ସୁଜିତ ଲେଙ୍କା, ରାଜେଶ ଧୂପର, ଜୟନ୍ତ ବେହେରା, ପପୁ ରାୟ, ଶୁଭମ ନାୟକଙ୍କୁ ମଧ୍ୟ ଦଳରେ ସାମିଲ କରିଛି ଓସିଏ । ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରଶାନ୍ତ ରାଣା, ଆଶିଷ ରାୟ ଏବଂ ତାରିଣୀ ସା’ଙ୍କୁ ରଣଜୀ ଟ୍ରଫି ପାଇଁ ଦଳରେ ଚୟନ କରାଯାଇଛି ।

Odisha cricket team to play Ranji Trophy quarter-final after 15 years |  Incredible Orissa
ଚଳିତ ବର୍ଷ ରଣଜୀ ଟ୍ରଫି ପୁଣି ଥରେ ଓଡିଶାକୁ ଫେରୁଥିବା ବେଳେ ଏହାକୁ ଓଡିଶାରେ ହିଁ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା ଜାରି ରଖିଛନ୍ତି କୋଚ ୱାସିମ ଜାଫର । ଖେଳାଳିମାନଙ୍କ ପ୍ରଦର୍ଶନ ଆଧାରରେ ୨୦ ଜଣ ବେଷ୍ଟ ଖେଳାଳିଙ୍କ ରଣଜୀ ଟ୍ରଫି ପାଇଁ ସିଲେକ୍ସନ କରିଛି ଓସିଏ । ଅଧିନାୟକ ଶୁଭ୍ରାଂଶୁ ସେନାପତି ଏବଂ ଷ୍ଟାର ଅଲରାଉଣ୍ଡର ଅଭିଷେକ ରାଉତ ରଣଜୀ ଟିମ ସହ ଆଇପିଏଲର ମେଗା ଅକ୍ସନରେ ମଧ୍ୟ ସ୍ଥାନ ପାଇଛନ୍ତି । ଉଭୟଙ୍କ ଜବରଦସ୍ତ ପ୍ରଦର୍ଶନ ପାଇଁ ବଡ ରକମର ବୋଲି ଲଗାଇପାରନ୍ତି ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜି ।

Get real time updates directly on you device, subscribe now.