fbpx

କମିଶନରେଟ୍ ପୋଲିସରେ ଅଦଳବଦଳ: ୨୦ ଜଣ ଅଫିସରଙ୍କୁ ନୂଆ ସ୍ଥାନରେ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: କମିଶନରେଟ ପୋଲିସ ଭୁବନେଶ୍ୱର-କଟକ ପକ୍ଷରୁ ଏକ ବଡ଼ଧରଣର ଅଦବଦଳ କରାଯାଇଛି । ସହିଦ ନଗର, ଲକ୍ଷ୍ମୀସାଗର, ବାଲିପାଟଣା ଓ ମହିଳା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ୨୦ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି । ଏ ବାବଦରେ କମିସନରେଟ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ କମିଶନରେଟ ପୋଲିସରେ ମଧ୍ୟ ଏକ ବଡ଼ଧରଣର ଅଦଳବଦଳ ହୋଇଥିଲା । କମିଶନରେଟ ପୋଲିସ ଭୁବନେଶ୍ୱର-କଟକର ଇନ୍ସପେକ୍ଟର ଓ ସବ-ଇନ୍ସପେକ୍ଟର ସ୍ତରରେ ୩୧ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ଦାୟିତ୍ୱ ମିଳିଥିଲା । ସେ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱର ଓ କଟକରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କମିଶନରେଟ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଏନେଇ ଅନେକ ସମୟରେ କମିଶନରେଟ ପୋଲିସ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଇଥାଏ । ବିଶେଷ କରି ବିଭିନ୍ନ ପର୍ବାପର୍ବାଣି ସମୟରେ ସହରର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥାଏ । ନିକଟରେ ସମାପ୍ତ ହୋଇଥିବା ଦୁର୍ଗାପୂଜା, କାଳିପୂଜା ସମୟରେ ଅପରାଧିଙ୍କୁ ସାବାଡ଼ କରିବା ସହ ବେଆଇନ ଦାଦାବଟିକୁ ରୋକିବା ନେଇ କମିଶନରେଟ ପୋଲିସ ସଜାଗ ହୋଇଥିଲା ।

Get real time updates directly on you device, subscribe now.