fbpx

କେନ୍ଦୁଝର ବନଖଣ୍ଡରେ ପ୍ରଥମ ଥର ପାଇଁ ବ୍ୟବହାର ହେଲା ଥର୍ମାଲ ଇନ୍‌ଫ୍ରାରେଡ୍‌ ଡ୍ରୋନ୍‌, ହାତୀର ଗତିବିଧି ଉପରେ ରଖିବ ନଜର

କେନ୍ଦୁଝର: ହାତୀକୁ ଜଗିବ ଡ୍ରୋନ୍‌ । ହାତୀର ଗତିବିଧି ଉପରେ ନଜର ରଖିବ ଥର୍ମାଲ ଇନ୍‌ଫ୍ରାରେଡ୍‌ ଡ୍ରୋନ୍‌ । କେନ୍ଦୁଝର ବନଖଣ୍ଡରେ ପ୍ରଥମ ଥର ପାଇଁ ବ୍ୟବହାର ହେଉଛି ଥର୍ମାଲ ଇନ୍‌ଫ୍ରାରେଡ୍‌ ଡ୍ରୋନ୍‌ । କେନ୍ଦୁଝର ବନଖଣ୍ଡ ଚମକପୁର ଠାରେ ଆହତ ହାତୀର ଗତିବିଧିକୁ କଏଦ କରିବାରେ ସୁଫଳ ମିଳିବା ପରେ ଏବେ ଏହାକୁ ହାତୀ ଚଳପ୍ରଚଳ ସ୍ଥାନରେ ବ୍ୟବହାର କରାଯାଉଛି । ହାତୀ ଚଳପ୍ରଚଳ କରୁଥିବା ବମେବାରୀ,ବାଲିବନ୍ଧ ଏବଂ ପାଟଣା ରେଞ୍ଜ ଅଞ୍ଚଳରେ ହାତୀ,ବନ୍ୟଜନ୍ତୁ ଏବଂ ଶିକାରୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖାଯିବ । ଏହି ଡ୍ରୋନ୍‌ଟି ରାତି ସମୟରେ ହାତୀ, ଜୀବଜନ୍ତୁ ଏବଂ ଶିକାରୀଙ୍କର ଦେହର ତାପମାତ୍ରାକୁ ଅନୁଶୀଳନ କରିବ ।

କେନ୍ଦୁଝର ଜିଲ୍ଲାରେ ରେଳ ଲାଇନ, ବିଦ୍ୟୁତ ଲାଇନରେ ଦୁର୍ଘଟଣାରୁ ହାତୀ ମୃତ୍ୟୁ ବଢ଼ିଛି । ଏଥିସହିତ ଶିକାରୀଙ୍କ ଯୋଗୁଁ ଜିଲ୍ଲାରେ ଅନ୍ୟାନ୍ୟ ବନ୍ୟପ୍ରାଣୀ ମୃତ୍ୟୁବରଣ କରିଥିଲେ । ଏହାକୁ ରୋକିବା ଦିଗରେ ଥର୍ମାଲ ଇନଫ୍ରାରେଡ୍‌ ଡ୍ରୋନ୍‌ ଫଳପ୍ରଦ ହେବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚ ଡି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.