fbpx

୨୦ ବର୍ଷୀୟ ଛାତ୍ରଙ୍କୁ ହେଲା ‘ପ୍ୟାର କୀ ବିମାରୀ’: ସବୁ ଝିଅଙ୍କୁ ଭାବିଦେଲା ଗାର୍ଲଫ୍ରେଣ୍ଡ, ‘ଲଭ୍ ଡିଜଅର୍ଡର’କୁ ନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ‘ପ୍ରେମ’, ‘ଲଭ’ ଏହି ଶବ୍ଦଗୁଡ଼ିକ ସମସ୍ତ ଯୁବକ, ଯୁବତୀଙ୍କ ମନ ଓ ହୃଦୟରେ ନିମିଷକ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଦେଇଥାଏ । ପ୍ରେମ ଶାଶ୍ୱତ ଓ ଚିରନ୍ତନ ବୋଲି ସମସ୍ତେ କୁହନ୍ତି । ମାତ୍ର ପ୍ରେମର ସଂଜ୍ଞା ସମସ୍ତଙ୍କ ପାଇଁ ଅଲଗା ଅଲଗା ହୋଇଥାଏ । ଆଜିର ଡିଜିଟାଲ ଜମାନାରେ ଲଭ୍ ଏକ ଟାଇମପାସରେ ପରିଣତ ହୋଇଯାଇଛି କହିଲେ ଚଳେ । କିଏ ପ୍ରେମରେ ପଡ଼ି ଆତ୍ମହତ୍ୟା କରୁଛି ତ କିଏ ଆଉ କିଏ ନିଜର ମୂଲ୍ୟବାନ ଜୀବନ ନେଉଛି । ତେବେ ଏହା ମଧ୍ୟରେ ପ୍ରେମ ସହ ଜଡ଼ିତ ଏକ ବୀମାରୀ ସାମ୍ନାକୁ ଆସିଛି ।

ଚୀନର ଜଣେ ୨୦ ବର୍ଷୀୟ ଯୁବକ ଲିୟୁ ଏପରି ଏକ ବୀମାରୀରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପାଇଁ ସବୁ ଝିଅ ପାଗଳ ବୋଲି ଯୁବକଙ୍କୁ ହୃଦବୋଧ ହେଉଛି । ପ୍ରକୃତରେ ଯୁବକ ଜଣଙ୍କ ‘ଡେଲୁସନାଲ ଲଭ୍ ଡିଜଅର୍ଡର’ରେ ସଂକ୍ରମିତ ହୋଇଛନ୍ତି । ସବୁ ଝିଅ ତାଙ୍କୁ ବହୁତ ଭଲ ପାଉଛନ୍ତି ମାତ୍ର କହିବାକୁ ଡରୁଛନ୍ତି ବୋଲି ଯୁବକଙ୍କୁ ହୃଦବୋଧ ହେଉଛି । ୟୁନିଭରସିଟିର ସବୁ ଝିଅ ତାଙ୍କୁ ସବୁଠାରୁ ସବୁଠାରୁ ହାଣ୍ଡସମ୍ ଓ ଆକର୍ଷକ ଭାବୁଛନ୍ତି ବୋଲି ଯୁବକ ଜଣଙ୍କ ମନେମନେ ଭାବୁଛନ୍ତି । ଝିଅମାନେ ତାଙ୍କୁ ଭଲ ପାଉଛନ୍ତି ମାତ୍ର କହିବାକୁ ଡରୁଛନ୍ତି ବୋଲି ଲିୟୁଙ୍କୁ ଅନୁଭବ ହେଉଛି ।

ଗତ ଫେବୃଆରୀ ମାସରେ ଲିୟୁଙ୍କ ଠାରେ ଏହି ଡିଜଅର୍ଡର ଲକ୍ଷଣ ଦେଖିବାକୁ ମିଳିଥିଲା । ସମୟ ସହିତ ଲିୟୁଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିଲା । ଏହା ମଧ୍ୟରେ ଲିୟୁ ଅନେକ ଯୁବତୀଙ୍କ ସହିତ ଅନୁଚିତ ବ୍ୟବହାର କରିସାରିଛନ୍ତି । ଲିୟୁଙ୍କୁ ଝିଅମାନେ ୟୁନିଭରସିଟିର ସବୁଠାରୁ ହାଣ୍ଡସମ ଓ ଆକର୍ଷକ ଯୁବକ ବୋଲି ଭାବୁଛନ୍ତି ବୋଲି ଲିୟୁ ନିଜେ ଭାବୁଛନ୍ତି । ଏ ବାବଦରେ ଲିୟୁଙ୍କ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ବର୍ତ୍ତମାନ ଲିୟୁଙ୍କ ଚିକିତ୍ସା ଜାରି ରହିଛି ।

ତେବେ ଏହି ମାମଲାଙ୍କୁ ନେଇ ଡେରାଡୁନର ଜଣେ ବିଶେଷଜ୍ଞ କହିଛନ୍ତି, ଏପରି ବିମାରୀରେ ରୋଗୀର ମନରେ ଅନ୍ୟ ଜଣଙ୍କ ପାଇଁ ମଜବୁତ ରୋମାଣ୍ଟିକ ଭାବନା ବିକଶିତ ହୋଇଥାଏ । ଉକ୍ତ ଭାବନା ଅବାସ୍ତବ ବା ଭୁଲ ତଥ୍ୟ ଉପରେ ଆଧାରିତ ହୋଇଥାଏ । ‘ଡେଲୁସନାଲ ଲଭ୍ ଡିଜଅର୍ଡର’ରେ ପୀଡ଼ିତ ହେବା ପରେ ପୀଡ଼ିତ ଅନ୍ୟ ବ୍ୟକ୍ତି ପାଇଁ ସମ୍ପୂର୍ଣ୍ଣ ଭାବେ ପାଗଳ ହୋଇଯାଇଥାଏ । ଏନେଇ କୌଣସି ବାସ୍ତବ ପ୍ରମାଣ ନଥିଲେ ବି ଅନ୍ୟ ବ୍ୟକ୍ତି ତାଙ୍କ ପ୍ରେମରେ ସମ୍ପୂର୍ଣ୍ଣ ପାଗଳ ବୋଲି ପୀଡ଼ିତଙ୍କୁ ଅନୁଭବ ହୋଇଥାଏ । ସାରା ରାତି ଅନିଦ୍ରା ରହିବା, କ୍ଲାସରେ ଧ୍ୟାନ କେନ୍ଦ୍ରିତ କରି ନ ପାରିବା, ଅଯଥାରେ ଖର୍ଚ୍ଚ କରିବା, କାହାର ବି ପ୍ରେମରେ ପଡ଼ିଯିବା ଆଦି ଏହି ରୋଗର କିଛି ଲକ୍ଷଣ ଅଟେ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଥେରାପି ସହିତ କିଛି ଖାସ୍ ମେଡିସିନ ଦେଇ ଠିକ୍ କରିବାକୁ ପ୍ରୟାସ କରାଯାଇଥାଏ । ଏଥିସହିତ ପୀଡ଼ିତଙ୍କ ବନ୍ଧୁ ଓ ପରିବାର ଲୋକଙ୍କର ସହାୟତା ମଧ୍ୟ ନିଆଯାଇଥାଏ ।

Get real time updates directly on you device, subscribe now.