fbpx
BJD SKY
BJD SKY

ମାର୍କ ଜୁକରବର୍ଗ ଓ ଏଲନ ମସ୍କଙ୍କ ଭିତରେ ଅଧିକ ଧନୀ କିଏ? ଜାଣନ୍ତୁ, ରିପୋର୍ଟ

BJD

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଫେସ୍‌ବୁକ୍‌ର ମୂଳ କମ୍ପାନି ମେଟାର ପ୍ରତିଷ୍ଠାତା ମାର୍କ ଜୁକ୍କରବର୍ଗ ବିଶ୍ୱର ତୃତୀୟ ବୃହତ୍ ଧନୀ ବ୍ୟକ୍ତି ପାଲଟିଛନ୍ତି । ୨୦୨୦ ପରେ ପ୍ରଥମ ଥର ପାଇଁ ଜୁକ୍କରବର୍ଗ ଏହି ସ୍ଥାନ ହାସଲ କରିଛନ୍ତି । ବ୍ଲୁମ୍‌ବର୍ଗ ଅନୁସାରେ, ମାର୍କ ଜୁକ୍କରବର୍ଗଙ୍କ ନେଟ୍ ସମ୍ପତ୍ତି ୧୮୭୦୦ କୋଟି ଡଲାର ବା ୧୫.୫୭ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ତେବେ ଏ ବର୍ଷ ଏଲନ୍ ମସ୍କଙ୍କ ସମ୍ପତ୍ତି ୪୮୪୦ କୋଟି ଡଲାର ବା ୪.୦୩ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ ଖସିଯାଇଛି । ଅନ୍ୟପକ୍ଷରେ, ଜୁକ୍କରବର୍ଗଙ୍କ ସମ୍ପତ୍ତି ୫୮୯୦ କୋଟି ଡଲାର ବା ୪.୯୦ ଲକ୍ଷ କୋଟି ଟଙ୍କାରୁ ଅଧିକ ବଢ଼ିଛି । ତେବେ ଏଲନ୍ ମସ୍କ ୧୮୧୦୦ କୋଟି ଡଲାର ବା ୧୫.୦୭ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନେଟ୍ ସମ୍ପତି ସହ ବିଶ୍ୱ ଧନୀ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି । ହେଲେ ମାର୍ଚ୍ଚ ପ୍ରାରମ୍ଭରେ ଏହି ତାଲିକାରେ ସେ ପ୍ରଥମ ସ୍ଥାନରେ ଥିଲେ । ମାତ୍ର ଏହା ପରେ ସେ ତଳକୁ ଖସି ଆସିଥିଲେ ।

ସୂଚନା ଯୋଗ୍ୟ, ଭାରତର କୌଣସି ଉଦ୍ୟୋଗପତି ତାଲିକାରେ ଶ୍ରେଷ୍ଠ ୧୦ ମଧ୍ୟରେ ନାହାନ୍ତି । କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ୧୧୨୦୦ କୋଟି ଡଲାର ବା ପ୍ରାୟ ୯.୩୨ ଲକ୍ଷ କୋଟି ଟଙ୍କାର ନେଟ୍ ସମ୍ପରି ସହ ୧୧ ତମ ସ୍ଥାନରେ ଅଛନ୍ତି । ସେହଭିଳି ଗୌତମ ଆଦାନି ୧୪ ତମ ସ୍ଥାନରେ ରହିଛନ୍ତି । । ତାଙ୍କ ନେଟ୍ ସମ୍ପତ୍ତି ୧୦୪୦୦ କୋଟି ଡଲା ଡଲାର ବା ୮.୬୬ ଲକ୍ଷ କୋଟି ଟଙ୍କା ରହିଛି ।

Get real time updates directly on you device, subscribe now.