fbpx
BJD SKY
BJD SKY

ବଡ଼ ଅପଡେଟ୍: ଅକ୍ଟୋବର ୭ ତାରିଖ ପରେ ବି ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ହେବ, RBI ନିୟମ ଜାଣନ୍ତୁ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୦୦ ଟଙ୍କିଆ ନୋଟକୁ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛନ୍ତି । ଅକ୍ଟୋବର ମାସ ୭ ତାରିଖ ପର୍ଯ୍ୟନ୍ତ ନୋଟ ଏକ୍ସଚେଞ୍ଜ / ଜମା ଅବଧି ବୃଦ୍ଧି କରିଛି କେନ୍ଦ୍ରୀୟ ବ୍ୟାଙ୍କ । ଏହି ଅବଧି ପର୍ଯ୍ୟନ୍ତ ଜନସାଧାରଣ ବ୍ୟାଙ୍କମାନଙ୍କରେ ନୋଟ ବଦଳାଇ ପାରିବେ । ପୂର୍ବରୁ ନୋଟ ବଦଳାଇବାର ଅନ୍ତିମ ତାରିଖ ସେପ୍ଟେମ୍ବର ୩୦ ରହିଥିବା ବେଳେ ଏବେ ତାହା ଆଉ ୭ ଦିନକୁ ବୃଦ୍ଧି କରାଯାଇଛି ।

ସେପ୍ଟେମ୍ବର ପ୍ରାରମ୍ଭ ସୁଦ୍ଧା ଆରବିଆଇ ତଥ୍ୟ ମୁତାବକ, ଅଗଷ୍ଟ ମାସ ୩୧ ସୁଦ୍ଧା ସର୍କୁଲେସନରେ ରହିଥିବା ୯୩ ପ୍ରତିଶତ ନୋଟ ବ୍ୟାଙ୍କ ନିକଟକୁ ଫେରି ଆସିଥିଲା । ସେହିପରି ସେପ୍ଟେମ୍ବର ପ୍ରାରମ୍ଭରେ ପାଖାପାଖି ୨୪ ହଜାର କୋଟି ଟଙ୍କା ବଜାରରେ ଉପଲବ୍ଧ ରହିଥିଲା । ନୂଆ ତଥ୍ୟ ମୁତାବକ, ୯୬ ପ୍ରତିଶତ ନୋଟ ବ୍ୟାଙ୍କ ଓ କ୍ଷେତ୍ରୀୟ କାର୍ଯ୍ୟାଳୟ ମାଧ୍ୟମରେ ଫେରସ୍ତ ହୋଇ ସାରିଛି । ଗତ ମେ ମାସ ୧୯ ତାରିଖରେ ଆରବିଆଇ ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିଲା । ସେ ସମୟରେ ସର୍କୁଲେସନରେ ମୋଟ ୩.୫୬ ଲକ୍ଷ କୋଟି ରହିଥିଲା । ତେବେ ସେପ୍ଟେମ୍ବର ୨୯ ତାରିଖ ରିପୋର୍ଟ ମୁତାବକ, ମୋଟ ୩.୪୨ ଲକ୍ଷ କୋଟି ନୋଟ ବ୍ୟାଙ୍କକୁ ଫେରି ଆସିଥିବା ବେଳେ ଆଉ ମାତ୍ର ୪ ପ୍ରତିଶତ ଅର୍ଥାତ ୧୪ ଲକ୍ଷ କୋଟି ନୋଟ ବଜାରରେ ରହିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଅକ୍ଟୋବର ୭ ତାରିଖ ପରେ କ’ଣ ହେବ? ଏହି ତାରିଖ ପରେ ଯଦି ଜଣଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ ରହିଥିବ ତେବେ ସେ କ’ଣ ତାହାକୁ ବଦଳାଇ ପାରିବେ? ଆପଣ ନୋଟକୁ ନା ବଦଳାଇ ପାରିବେ ନା ଜମା କରିପାରିବେ । ତେବେ ଏହି ମାମଲାରେ ଆଶ୍ୱସ୍ତି ସ୍ୱରୂପ ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୭ ପରେ ନୋଟକୁ କେନ୍ଦ୍ରୀୟ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟରେ ବଦଳା ଯାଇପାରିବ । ମାତ୍ର ଥରକରେ ୨୦ ହଜାରରୁ ଅଧିକ ନୋଟ ବଦଳାଇ ପାରିବେ ନାହିଁ । ମାତ୍ର ଏଥିପାଇଁ କିଛି ନିୟମକୁ ଅନୁସରଣ କରିବାକୁ ପଡ଼ିବ ବୋଲି ଆରବିଆଇ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.