fbpx

ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା କରିବାରେ ଥିଲେ ଜାଣିରଖନ୍ତୁ ଏହି ନୂଆ ନିୟମ…ଆପଣଙ୍କୁ ଦେବାକୁ ପଡିବ

ଓଡିଶା ଭାସ୍କର; ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ନୂଆ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୧ ଅର୍ଥାତ୍‌ ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ବିଦେଶ ଯାତ୍ରା ପାଇଁ ୭ଲକ୍ଷରୁ ଅଧକ ଟୁର ପ୍ୟାକେଜ ଉପରେ ୨୦ପ୍ରତିଶତ ଟିସିଏସ ଦେବାକୁ ପଡିବ ବୋଲି କୁହାଯାଇଛି। ବର୍ତ୍ତମାନ ୭ପ୍ରତିଶତରୁ ଅଧିକ ମୂଲ୍ୟର ବିଦେଶୀ ଟୁର୍‌ ପ୍ୟାକେଜ ଉପରେ ୫ ପ୍ରତିଶତ ଟିସିଏସ ଆଦାୟ କରାଯାଉଛି, ଯାହା ଆସନ୍ତାକାଲି ଠାରୁ ୨୦ ପ୍ରତିଶତ ହେବ। କିନ୍ତୁ ଯଦି ଆପଣଙ୍କର ଟୁର୍‌ ପ୍ୟାକେଜ ୭ ଲକ୍ଷରୁ କମ ତେବେ ଆପଣଙ୍କୁ କେବଳ ୫ ପ୍ରତିଶତ ଟିସିଏସ ଦେବାକୁ ପଡିବ।

ସୂଚନା ଅନୁଯାୟୀ, ସରକାରଙ୍କ ଏହି ନିଷ୍ପତ୍ତି ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ପକାଇପାରେ ବୋଲି ଟୁଲ ଅପରେଟରମାନେ କହିଛନ୍ତି। ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ ଅଫ ଇଣ୍ଡିଆ ସରକାରଙ୍କୁ ଏହି ଟିସିଏସ ଉପରେ ରୋକ ଲଗାଇବାକୁ ଦାବି କରିଛି। ଏହି କାରଣରୁ ଘରୋଇ ଟୁର୍‌ ଅପରେଟରମାନେ କ୍ଷତି ସହିବେ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.