fbpx

ବାରଣାସୀ ବ୍ଲାଷ୍ଟ ମାମଲାରେ ବଡ଼ ନିଷ୍ପତ୍ତି: ଦୋଷୀକୁ ମିଳିଲା ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ: ୨୦୦୬ ବାରଣାସୀ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୱାଲିଉଲ୍ଲା ଖାନକୁ ମିଳିଲା ଫାଶି ଦଣ୍ଡାଦେଶ । ୨୦୦୬ ବାରଣାସୀ ଡବଲ ବ୍ଲାଷ୍ଟରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୮ ଜଣଙ୍କ ମୃତ୍ୟୁ ସହ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଗାଜିଆବାଦ ଜିଲ୍ଲା ଓ ସେସନ୍ସ ଜଜ୍ ଜିତେନ୍ଦ୍ର ସିହ୍ନା ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ତେବେ ୨୦୦୬ ମାର୍ଚ୍ଚ ୬ ସନ୍ଧ୍ୟାରେ ପ୍ରଥମ ସଙ୍କଟମୋଚନ ମନ୍ଦିରରେ ବ୍ଲାଷ୍ଟ ହୋଇଥିଲା । ଏହାର ୧୫ ମିନିଟ ପରେ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନରେ ବ୍ଲାଷ୍ଟ ହୋଇଥିଲା । ଏହି ମାମଲାର ୧୬ ବର୍ଷ ପରେ ନିଷ୍ପତ୍ତି ଆସିଛି ।

ଅଭିଯୁକ୍ତ ୱାଲିଉଲ୍ଲା ଖାନ ଏବେ ଡାସନା ଜେଲରେ ବନ୍ଦୀ ହୋଇ ରହିଛି । ଅଭିଯୁକ୍ତ ବିରୋଧରେ ୬ଟି ମାମଲା ଚାଲିଛି, ଯେଉଁଥିରେ ୪ଟି କେସରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଜି ଗାଜିଆବାଦ ଜିଲ୍ଲା ସେସନ୍ସ କୋର୍ଟ ଆତଙ୍କବାଦୀ ୱାଲିଉଲ୍ଲା ଖାନ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

Get real time updates directly on you device, subscribe now.