fbpx

ଆଜି ଦେଖାଯିବ ୨୦୨୦ ବର୍ଷର ପ୍ରଥମ ସୁପରମୁନ୍

୨୦୨୦ ବର୍ଷରେ ପାଖାପାଖୀ ୧୩ଟି ପୂର୍ଣ୍ଣିମା ପଡୁଥିବା ବେଳେ ୯ ଫେବ୍ରୁଆରି ଅର୍ଥାତ୍ ଆଜିର ପୂର୍ଣ୍ଣିମା ବହୁତ ଖାସ୍ । ବର୍ଷର ପ୍ରଥମ ସୁପରମୁନ୍ ଆଜି ରାତ୍ରିରେ ଦେଖାଯିବ । ସୁପରମୁନ୍ ସମୟରେ ଜହ୍ନ ପୂର୍ବଠାରୁ ଅଧିକ ବଡ ଓ ଚମକଦାର ଦେଖାଯିବ । ପଶ୍ଚିମୀ ଦେଶର ବୈଜ୍ଞାନିକମାନେ ଏହାକୁ ‘ସ୍ନୋ ମୁନ୍’ର ନାମ ଦେଇଛନ୍ତି ।

ତେବେ ଚନ୍ଦ୍ରମା ଓ ପୃଥିବୀର ଦୂରତା ୪,୦୬,୬୯୨ କିମି ରହିଛି । ଯେଉଁ ସମୟରେ ଚନ୍ଦ୍ରମା ଓ ପୃଥିବୀର ଦୂରତା କମ୍ ହୋଇଥାଏ, ସେହି ସମୟରେ ସୁପରମୁନ୍ ଦେଖାଯାଏ । ସୁପରମୁନ୍ ସମୟରେ ଜହ୍ନ ନିଜ ଆକାରଠାରୁ ବହୁତ ବଡ ଓ ଚମକଦାର ଦେଖାଯାଏ । ଏହି ସମୟରେ ଚନ୍ଦ୍ରମାର ଆକାର ୧୪% ବଡ ଓ ୩୦% ଉଜ୍ୱଳ ଦେଖାଯାଏ ।

ନାସା ଅନୁସାରେ, ସୁପରମୁନର ଅସ୍ଥିତ୍ୱ ପ୍ରଥମଥର ପାଇଁ ୧୯୭୯ରେ ସାମନାକୁ ଆସିଥିଲା । ୨୦୨୦ର ୯ ଫେବ୍ରୁଆରି ପରେ ମାର୍ଚ୍ଚ, ଅପ୍ରେଲ ଓ ମେ ମାସରେ ସୁପରମୁନ୍ ଦେଖିଯାଇପାରେ । ଏହା ପରେ ପୂରାବର୍ଷ ଆକାଶରେ ସୁପରମୁନ୍ ଦେଖାଯିବ ନାହିଁ । ଶୁକ୍ରବାର ସନ୍ଧ୍ୟାରୁ ସୋମବାର ପର୍ଯ୍ୟନ୍ତ ଆକାଶରେ ସମ୍ପୂର୍ଣ୍ଣ ଜହ୍ନ ନଜର ଆସିବ । ଏହାରି ମଧ୍ୟରେ ଆଜି ବିଳମ୍ବିତ ରାତିରେ ଆପଣମାନେ ସୁପରମୁନ୍ ଦେଖିପାରିବେ ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.