fbpx

କରୋନାକୁ ବିଶ୍ୱ ସଙ୍କଟ ଘୋଷଣା କଲା WHO, ମୃତ୍ୟୁ ସଂଖ୍ୟା ୮୧୧କୁ ବୃଦ୍ଧି

ଉହାନ୍,୯ ।୨: ଚିନରେ ଭୟଙ୍କର ରୂପ ନେବାରେ ବସିଛି କରୋନା ଭାଇରସ୍ । କରୋନାରେ ମୃତ୍ୟୁ ସଂଖ୍ୟା ୮୧୧କୁ ବୃଦ୍ଧି ହୋଇଥିବା ବେଳେ ଏଥିରେ ୩୭ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ କହିବା ମୁତାବକ, କରୋନା ଭୂତାଣୁରେ ଶନିବାର ଦିନ ୮୯ ଲୋକଙ୍କ ମୃତ୍ୟୁ ହୋଇଛି ଓ ୨,୬୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାକୁ ବିଶ୍ୱ ସଙ୍କଟ ବୋଲି ଘୋଷଣା କରିଛି ଡବ୍ଲୁଏଚଓ (WHO)। ତେବେ କରୋନାକୁ ନେଇ କଠୋର ନୀତି ଆପଣେଇଛନ୍ତି ଚୀନ୍ ସରକାର । ସଂକ୍ରମଣ ଲୁଚାଇଲେ ଆକ୍ରାନ୍ତଙ୍କୁ ଗିରଫ କରିବା ସହ ସଂକ୍ରମଣକୁ ରୋକିବାରେ ବାଧା ଦେଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ସରକାର କହିଛନ୍ତି ।

Get real time updates directly on you device, subscribe now.