fbpx

୨୦୨୪ ନିର୍ବାଚନ:ଫସଲ ଅମଳ କରିବା ପ୍ରସ୍ତୁତ ହେଲାଣି ରାଜ୍ୟ ବିଜେପି;ସଙ୍କେତ ଦେଲେ ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ଆଗାମୀ ୨୦୨୪ ନିର୍ବାଚନ ପାଇଁ ଜୋର ସୋର ଚାଲିଛି ବିଜେପିର ପ୍ରସ୍ତୁତି । ବିଜେଡିକୁ କିପରି ଧରାଶାୟୀ କାରି ହେବ ତାହାକୁ ନେଇ ବିଜେପି ତାର ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ତେବେ ବିରୋଧୀ ଦଳ ନେତା ପରିବର୍ତ୍ତନ ହେଉ ଅବା ବିଜେପିର ପ୍ରଭାରୀ ପରିବର୍ତ୍ତନ ହେଉ ସବୁଥିରେ ପରିବର୍ତ୍ତନର ସୁଅ ଦେଖା ଯାଉଛି । କେବଳ ଏତିକି ନୁହେଁ କେନ୍ଦ୍ରରୁ ଟିମ ମଧ୍ୟ ପ୍ରେରିତ କରାଯାଉଛି ଯେଉଁମାନେ ଓଡିଶା ଆସି ବିଜେପିର ସ୍ଥିତି ପରଖିବା ସହିତ କିଭଳି ତୃଣମୂଳ ସ୍ତରରୁ ଦଳକୁ କିପରି ମଜବୁତ କରି ହେବ ତାହା ଉପରେ ଫୋକସ କରୁଛନ୍ତି ।
ତେବେ ଆଉ କିଛି ଦିନ ପରେ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ତେବେ ଏହା ପୂର୍ବରୁ ଓଡିଶାର ବିଜେପି ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ଓଡିଶା ଗସ୍ତରେ ଆସିବେ । ଯେଉଁ ଭଳି ଭାବେ ପ୍ରସ୍ତୁତି ଚାଲିଛି ଲାଗୁଛି ବିଜେପି ଆଉ ପରାଜୟ ସ୍ୱୀକାର କରିବାକୁ ଚାହୁଁ ନାହିଁ । ବିରୋଧୀ ନେତା ଜୟନାରାୟଣ ମିଶ୍ର ନୂଆଦିଲ୍ଲୀ ଗସ୍ତରେ କରିଥିଲେ । ଏଥିରେ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଉ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିଥିଲେ । ତେବେ ସେ ଫେରିବା ପରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଆମେ ୨୦୨୪ ନିର୍ବାଚନ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛୁ । ବର୍ତ୍ତମାନ ଆମେ ସାରା ଦେଉଛୁ ଆଉ ୨୦୨୪ ରେ ଅମଳ କରିବୁ । ତେବେ ଏହା ସଙ୍କେତ ଦେଉଛି ଯେ ବିଜେପି ଏକ ବଡ ଧରଣର ରଣନୀତି ପାଇଁ ପ୍ରସ୍ତୁତି କରୁଛି । ଆଉ ଚଳିତଥର ପଛ ଘୂଞ୍ଚା ଦେବାକୁ ଆଉ ପ୍ରସ୍ତୁତ ନାହିଁ । ତେବେ ରାଜ୍ୟରେ ବିଜେଡିର ଦବଦବା ଯେଉଁ ଭଳି ଅଛି ବିଜେଡିକୁ ସହଜରେ ନେବା ବିଜେପି ପାଇଁ ଭୁୂଲ ପ୍ରମାଣିତ ହୋଇ ପାରେ । ତେବେ ଦେଖିବା ବାକି ରହିଲା ବିଜେପିର ପ୍ରସ୍ତୁତି ବିଜେଡି ପାଇଁ କେତେ ଦୂର ସମସ୍ୟା ଭାବେ ଉଭା ହେଇ ପାରିବ ।

Get real time updates directly on you device, subscribe now.