fbpx

୨୦୨୪ ଲୋକସଭା ନିର୍ବାଚନରେ ହେବାକୁ ଯାଉଛି ଏକ ବିଶ୍ୱ ରେକର୍ଡ, ତେବେ କାହାକୁ ନେଇ ଏହି ରେକର୍ଡ ?

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନ ଭାରତରେ ଭୋଟର୍ସଙ୍କ ଡାଟା ଜାରି କରିଛନ୍ତି । ନିର୍ବାଚନ କମିଶନ ଅନୁସାରେ ଭାରତରେ ଏବେ ୯୬କୋଟି ୮୮ ଲକ୍ଷ ଭୋଟର୍ସଙ୍କ ନାମ ଦାଖଲ ହୋଇଛି । ଏହାର ଅର୍ଥ ୨୦୨୪ ଲୋକସଭା ନିର୍ବାଚନରେ କିଏ ସରକାର ଗଠନ କରିବ ଏ ବିଷୟରେ ନିଷ୍ପତ୍ତି କରିବାର ଅଧିକାର ୯୬କୋଟିରୁ ଅଧିକ ଲୋକଙ୍କ ହାତରେ ରହିବ । ଏହା ଏକ ରେକର୍ଡ । ନିର୍ବାଚନ କମିଶନ ଅନୁସାରେ ବିଶ୍ୱରେ ସବୁଠାରୁ ଅଧିକ ଭୋଟର୍ସ ଭାରତରେ ରହିଛନ୍ତି ।

ନିର୍ବାଚନ କମିଶନଙ୍କ ଅନୁଯାୟୀ ଏହି ଲୋକସଭା ନିର୍ବାଚନରେ ମତଦାତାଙ୍କ ତାଲିକାର ପୁନଃନୀରିକ୍ଷଣ କରାଯାଇ ଜଣାପଡିଛି ଯେ, ଏଥିରେ ୬% ନୂଆ ଭୋଟର ଯୋଡି ହୋଇଛନ୍ତି । ଏଥିରେ ମହିଳାଙ୍କ ଭାଗିଦାରୀ ଅଧିକ ରହିଛି । ଦେଶର ମୋଟ ଜନସଂଖ୍ୟାର ୬୬.୭୬ % ଯୁବଭୋଟର ଅଛନ୍ତି । ଆକଳନ ଅନୁଯାୟୀ ୧୮ରୁ ୨୯ ବର୍ଷ ବୟସ ମଧ୍ୟରେ ୨ କୋଟି ନୂଆ ମତଦାତା ଏଥର ପଞ୍ଜିକରଣ କରାଇଛନ୍ତି । ଦେଶରେ ମୋଟ ମତଦାତାଙ୍କ ଗ୍ରାଫ ୯୬.୮୮ କୋଟିରେ ପହଞ୍ଚିଛି । ଏଥର ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ ବଢିଛି । ସବୁଠାରୁ ବଡ କଥା ହେଉଛି ଏଥର ତାଲିକାରେ ୧୦୦ରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ରହିଛି ।

Get real time updates directly on you device, subscribe now.