fbpx

ପାକିସ୍ତାନ ନିର୍ବାଚନ; ଲାହୋରରେ ମରିୟାମ୍ ନୱାଜ ବିଜୟୀ, PTI ପ୍ରାଥୀଙ୍କୁ ପରାସ୍ତ କଲେ ନୱାଜଙ୍କ ଝିଅ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍ (ନୱାଜ) ନେତ୍ରୀ ମରିୟମ ନୱାଜ ଲାହୋରର ଏନଏ-୧୧୯ ଆସନରୁ ନିର୍ବାଚିତ ହୋଇଛନ୍ତି। ମରିୟମ ନୱାଜଙ୍କୁ ୮୩,୮୫୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପିଟିଆଇ ନେତା ଶାହଜାଦ ଫାରୁକ୍ ଙ୍କୁ ୬୮,୩୭୬ ଖଣ୍ଡ ଭୋଟ୍ ମିଳିଛି।

ଏହା ସହ ପିଟିଆଇ ସମର୍ଥିତ ଅଲି ଅମିନ ଗଣ୍ଡାପୁର ଏନଏ-୪୪ ଡେରା ଇସ୍ମାଇଲ ଖାନ-୧ ଆସନରୁ ଜମିୟତ ଉଲେମା-ଏ-ଇସଲାମ (ଏଫ୍) ମୌଲାନା ଫଜଲ-ଉର-ରେହମାନଙ୍କୁ ପରାସ୍ତ କରିଛନ୍ତି। ଅଲ୍ଲୀ ଅମିନଙ୍କୁ ୯୩୪୪୩ ଖଣ୍ଡ ଭୋଟ୍ ମିଳିଛି। ସେହିପରି ଫଜଲ-ୟୁର ରେହମାନ ଙ୍କୁ ୫୯୯୨୨ ଖଣ୍ଡ ଭୋଟ୍ ମିଳିଛି।

Get real time updates directly on you device, subscribe now.