fbpx

୭୧୩ ଟଙ୍କା ଶସ୍ତା ହୋଇଗଲା ସୁନା! ଯୁଦ୍ଧର ଭୟ କମିଯିବାରୁ ସାପ୍ତାହିକ ମୂଲ୍ୟରେ ହ୍ରାସ

ନୂଆଦିଲ୍ଲୀ: ଡିସେମ୍ବର ଶେଷ ପରଠାରୁ ଆନ୍ତର୍ଜାତୀୟ ବଜାରରେ ସୁନା ଦର ସବୁଠୁ ବଡ ସାପ୍ତାହିକ ହ୍ରାସ ଦେଖିବାକୁ ମିଳିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦ୍ୱାରା ୨୭ ଏପ୍ରିଲ ଶନିବାର ଦିନ ହୋଇଥିବା ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୬ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ବଜାରରେ ସୁନା ୦.୧ ପ୍ରତିଶତ ବୃଦ୍ଧି ପାଇ ୨,୩୩୪.୫୭ ଡଲାରରେ ବନ୍ଦ ହୋଇଛି ।

ସେହିପରି ଆମେରିକାର ଗୋଲ୍ଡ ଫ୍ୟୁଚର୍ସ ୦.୩୪ ପ୍ରତିଶତ ବୃଦ୍ଧି ପାଇ ୨,୩୪୬.୭୦ ଟଙ୍କା ରେ ବନ୍ଦ ହୋଇଛି । ସମଗ୍ର ବାଣିଜ୍ୟ ସପ୍ତାହରେ (୨୨ ରୁ ୨୬ ଏପ୍ରିଲ) ସୁନା ମୂଲ୍ୟରେ ୨.୩ ପ୍ରତିଶତ ହ୍ରାସ ଘଟିଛି ।

ଏହି ସପ୍ତାହରେ ସୁନା ମୂଲ୍ୟରେ ହ୍ରାସ ଘଟିଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ର ୱେବସାଇଟ୍ ଅନୁଯାୟୀ, ବୁଲିଅନ୍ ବଜାରରେ ଏହି ସପ୍ତାହ ଆରମ୍ଭରେ ଅର୍ଥାତ୍ ଏପ୍ରିଲ୍ ୨୨ ରେ ସୁନା ୭୩,୧୬୧ ଟଙ୍କା ଥିଲା, ଯାହା ବର୍ତ୍ତମାନ ଅର୍ଥାତ୍ ୨୭ ଏପ୍ରିଲରେ ୧୦ ଗ୍ରାମ ପିଛା ୭୨,୪୪୮ ହୋଇଛି । ଅର୍ଥାତ୍ ଏହି ସପ୍ତାହରେ ଏହାର ମୂଲ୍ୟ ୭୧୩ ଟଙ୍କା ହ୍ରାସ ପାଇଛି ।

ସୁନା ଦର କାହିଁକି ହ୍ରାସ ହେଲା?
ତେବେ ପଶ୍ଚିମ ଏସିଆରେ ଭୂ ରାଜନୀତିକ ତିକ୍ତତା ହ୍ରାସ ପାଉଛି । ଯେଉଁଥିପାଇଁ ଏହା ସୁନା ଦର ଉପରେ ପ୍ରଭାବ ପକାଉଛି ଏବଂ ଏଥିରେ ହ୍ରାସ ଦେଖିବାକୁ ମିଳୁଛି । ନିକଟରେ ପଶ୍ଚିମ ଏସିଆ ଦେଶମାନଙ୍କରେ ଯୁଦ୍ଧର ଭୟ ମଧ୍ୟରେ ଏପ୍ରିଲ ୧୨ ରେ ସୁନାର ମୂଲ୍ୟ ୨,୪୩୧.୨୯ ଡଲାରରେ ପହଞ୍ଚିଛି । ଯୁଦ୍ଧ ହେବାର ସମ୍ଭାବନା ହ୍ରାସ ପାଉଥିବାରୁ ସୁନା ମୂଲ୍ୟରେ ଉଚ୍ଚ ସ୍ତରରୁ ପ୍ରାୟ ୧୦୦ ଡଲାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ସୁନା ଦର ବୃଦ୍ଧି କିଛି ଦିନ ପାଇଁ ବନ୍ଦ ହୋଇଗଲା :-

ମାର୍ଚ୍ଚରେ ଭାରତରେ ସୁନା ମୂଲ୍ୟ ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇଥିଲା । ଏପ୍ରିଲରେ ଏପର୍ଯ୍ୟନ୍ତ ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନ ଏହାର ମୂଲ୍ୟରେ ଗତ କିଛି ହେବ ସ୍ଥିରତା ଦେଖିବାକୁ ମିଳୁଛି । ସୁଧ ହାର ହ୍ରାସ ହେବାର ଆଶା ପରି ଏହା ପଛରେ ଅନେକ କାରଣ ଅଛି । ଆମେରିକାରୁ ଆସୁଥିବା ଆର୍ôଥକ ତଥ୍ୟ ମିଶ୍ରିତ ସଙ୍କେତ ଦେଉଛି । ଆମେରିକାରେ ମୁଦ୍ରାସ୍ଫୀତି ଚାପ ଯୋଗୁଁ ଅଭିବୃଦ୍ଧି ସ୍ଲୋ ଦେଖିବାକୁ ମିଳୁଛି । ଏହି କାରଣରୁ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁଧ ହାରରେ ହ୍ରାସ ନେଇ ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.