fbpx

ମସଲାରେ କୀଟନାଶକ ପଦାର୍ଥ ମିଳିବାକୁ ନେଇ ଖୁଲାସା କଲା ଏମଡିଏଚ, କହିଲା ଏହି କଥା

ନୂଆଦିଲ୍ଲୀ: କ୍ୟାନ୍ସର ପରି ରୋଗ ଯାତ କରୁଥିବା କୀଟନାଶକ ପଦାର୍ଥ ମସଲାରେ ମିଳିବା ଖବର ପରେ ଅନେକ ବାଦ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ବିବାଦ ମଧ୍ୟରେ ମସଲାର ସବୁଠାରୁ ପ୍ରମୁଖ ବ୍ରାଣ୍ଡ ଏମଡିଏଚ ଉପରେ ଲାଗିଥିବା ଅଭିଯୋଗକୁ ନେଇ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦିଆଯାଇଛି । ଏମଡିଏଚ କହିବାନୁଯାୟୀ, ତାଙ୍କ ମସଲା ବ୍ୟବହାର କରିବା ଲାଗି ପୁରା ସୁରକ୍ଷିତ ଅଟେ । ଏଥିସହ ମସଲାରେ କୀଟନାଶକ ପଦାର୍ଥ ମିଶିବା ଅଭିଯୋଗକୁ ମଧ୍ୟ କମ୍ପାନୀ ପ୍ରତ୍ୟାଖ୍ୟାନ କରିଛି ।

ସୂଚନାନୁଯାୟୀ, ଏମଡିଏଚ ଏହି ବିଷୟରେ ଶନିବାର ଦିନ ବୟାନ ଜାରି କରିଛି । କମ୍ପାନୀ କହିବାନୁଯାୟୀ, ତାଙ୍କୁ ଏପର୍ଯ୍ୟନ୍ତ ହଙ୍ଗକଙ୍ଗ କିମ୍ବା ସିଙ୍ଗାପୁରର ଫୁଡ ସେଫ୍ଟି ରେଗୁଲେଟର୍ସ ସହ କୌଣସି ଯୋଗାଯୋଗ ହୋଇନାହିଁ । ଦୁଇ ଦେଶର ରେଗୁଲେଟର୍ସ ସ୍ପାଇସ ବୋର୍ଡ ଅଫ ଇଣ୍ଡିଆ ବା ଘରୋଇ ନିୟାମକ ଏଫଏସଏସଆଇକୁ ମଧ୍ୟ କୌଣସି ଟେଷ୍ଟ ରିପୋର୍ଟ ମଧ୍ୟ ପଠାଯାଇନାହିଁ । ନିଜ ଉତ୍ପାଦରେ ହାନିକାରକ କୀଟନାଶକ ମିଳିବା ଅଭିଯୋଗ ବିଷୟରେ କମ୍ପାନୀ କହିଛି ଯେ, ଏହା ଠିକ ନୁହେଁ । ଏପରି ଅଭିଯୋଗ ଲଗାଇବାର କୌଣସି ପ୍ରମାଣ ନାହିଁ ।

ଚଳିତ ମାସରେ ହଙ୍ଗକଙ୍ଗ ଏବଂ ସିଙ୍ଗାପୁରରେ ଦୁଇ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟ ଉତ୍ପାଦରେ ହାନିକାରକ କୀଟନାଶକ ମିଳିବା ଖବର ସାମ୍ନାକୁ ଆସିଛି । ହଙ୍ଗକଙ୍ଗର ସେଣ୍ଟର ଫର ଫୁଡ ସେଫ୍ଟିର କହିବାନୁଯାୟୀ, ଦୁଇ ଭାରତୀୟ ବ୍ରାଣ୍ଡକୁ ଅନେକ ପ୍ରି-ପ୍ୟାକେଜ ସ୍ପାଇସ-ମିକ୍ସ ଉତ୍ପାଦରେ ଏଥିଲୀନ ଅକ୍ସାଇଡ ନାମକ କୀଟନାଶକ ମିଳିଛି ।

Get real time updates directly on you device, subscribe now.