fbpx

(Video) ଲାଇଭ କ୍ରିକେଟ ମ୍ୟାଚରେ ଗୁଡ଼ି ଉଡ଼ାଉଛନ୍ତି ରିଷଭ ପନ୍ତ-ରୋହିତ: ଛଡ଼ାଇନେଲେ ଅମ୍ପାୟାର…

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ବାଜି ମାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବିଜୟ ସହ ପଏଣ୍ଟ ଟେବୁଲରେ ଆଉ ଏକ ପାଦ ଉପରକୁ ଉଠିଛି ରିଷଭ ବ୍ରିଗେଡ । ତେବେ ଏହି ମ୍ୟାଚରେ ଆଉ ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲାଇଭ ମ୍ୟାଚରେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ଏବଂ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା କ୍ରିକେଟ ଛାଡ଼ି ଗୁଡ଼ି ଉଡ଼ାଇବା ଆରମ୍ଭ କରିଥିଲେ । ଏହି ଘଟଣା ଦେଖି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଖୁବ ମଜା ନେଇଛନ୍ତି । ତେବେ ଏହି ଘଟଣାରେ ପୁଣିଥରେ ରିଷଭ ପନ୍ତଙ୍କ ପିଲାଳିଆମି ଦେଖିବାକୁ ମିଳିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟଟିଂ କରି ମୁମ୍ବାଇକୁ ୨୫୮ ରନର ଲକ୍ଷ୍ୟ ଦେଇଥିଲା । ତେବେ ଦ୍ୱିତୀୟ ଇନିଂସର ପ୍ରଥମ ଓଭରରେ ହିଁ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଲାଇଭ ମ୍ୟାଚରେ ଦର୍ଶକଙ୍କୁ କ୍ରିକେଟ ସହ ଖେଳାଳିଙ୍କୁ ଗୁଡ଼ି ଉଡ଼ାଇବାର ମଧ୍ୟ ଦେଖାଯାଇଛି । ପ୍ରଥମ ଓଭରର ତୃତୀୟ ବଲରେ ପକାଇବା ବେଳେ ଏକ କଳା ରଙ୍ଗର ଗୁଡ଼ି ଆସି ମଇଦାନରେ ପଡ଼ିଥିଲା । ଏହାପରେ ରୋହିତ ଏହି ଗୁଡ଼ିକୁ ଉଠାଇ ନେଇଥିଲେ ଏବଂ ପାଖରେ ୱିକେଟ କିପିଙଗ କରୁଥିବା ଦିଲ୍ଲୀ ଅଧିନାୟକ ରିଷଭ ପନ୍ତଙ୍କ ହାତକୁ ବଢା ଦେଇଥିଲେ । ଏହାପରେ ରିଷଭ ଏହାର ମଜା ନେଇଛନ୍ତି ।

ଗ୍ରାଉଣ୍ଡରେ କ୍ରିକେଟ ଖେଳ ଏବଂ ୱିକେଟ କିପିଙ୍ଗ କରିବା ଭୁଲି ଗୁଡ଼ି ଉଡ଼ାଇବାରେ ଲାଗି ପଡ଼ିଥିଲେ ରିଷଭ । ପିଲାଙ୍କ ଭଳି ଗୋଟିଏ ହାତରେ ଗୁଡ଼ି ସୂତାକୁ ଧରି ଉଡ଼ାଉଥିବାର ଦେଖିବାକୁ ମିଳିଛି । ଏହା ଦେଖି ସଙ୍ଗେ ସଙ୍ଗେ ଅମ୍ପାୟାର ସେଠାରେ ପହଞ୍ଚି ରିଷଭଙ୍କ ହାତରୁ ଗୁଡ଼ି ଛଡ଼ାଇ ନେଇଛନ୍ତି । ପଡ଼ିଆ ମଝିରେ ରିଷଭଙ୍କ ଏମିତି ପିଲାଳିଆମି ଦେଖି ଦର୍ଶକଙ୍କୁ ପୁରୁଣା ପନ୍ତ ମନେ ପଡ଼ି ଯାଇଛନ୍ତି । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ରିଷଭଙ୍କର ଏମିତି ଚଗଲାମି ଏବଂ ଦୁଷ୍ଟାମୀ ଘଟଣାର ମଜା ନେଉଛନ୍ତି ଉପସ୍ଥିତ ଦର୍ଶକ ।

Get real time updates directly on you device, subscribe now.