fbpx

କଂଗ୍ରେସକୁ ବଡ଼ ଝଟକା, ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଇଛନ୍ତି । ତେବେ ଦିଲ୍ଲୀରେ ନିର୍ବାଚନ ପୂର୍ବରୁ ଅରବିନ୍ଦର ସିଂହ ଲଭଲୀଙ୍କ ପଦ ଛାଡ଼ିବା ଦଳ ପାଇଁ ଶୁଭ ସଂକେତ ନୁହେଁ ବୋଲି ଚର୍ଚ୍ଚା ହେଉଛି । ଏନେଇ ଏଏନ୍ଆଇ ଏକ ପୋଷ୍ଟ ଶେୟାର କରିଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅରବିନ୍ଦର ସିଂହ ଲଭଲୀ ନିଜ ଇସ୍ତଫା ପତ୍ର ଦେଇ ଉଲ୍ଲେଖ କରିଛନ୍ତି, ‘ଦିଲ୍ଲୀରେ କଂଗ୍ରେସ ଯେଉଁ ଦଳ ବିରେଧୀ ଥିଲା, ଲୋକସଭା ନିର୍ବାଚନ ପାଇଁ ସେହି ଦଳ ସହ ହାତ ମିଳାଇଛି ।’ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅରବିନ୍ଦର ସିଂହ ଲଭଲୀ ନିଜ ଇସ୍ତଫା ପତ୍ର ଦେଇ ଅସନ୍ତୋଷ ବ୍ୟକ୍ତ କରି ଲେଖିଛନ୍ତି, ‘ଦିଲ୍ଲୀରେ କଂଗ୍ରେସ ଯେଉଁ ଦଳ ବିରେଧୀ ଥିଲା, ଲୋକସଭା ନିର୍ବାଚନ ପାଇଁ ସେହି ଦଳ ସହ ହାତ ମିଳାଇଛି । କଂଗ୍ରେସ ବିରୋଧରେ ମିଥ୍ୟା, ମନଗଢ଼ା ଓ ଦୁର୍ନୀତି ଅଭିଯୋଗ ଆଣିଥିବା ଆପ୍ ସହ ମେଣ୍ଟ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ ।’ ଏହା ସହ ଦଳରେ ରହି ସେ ଅସହାୟ ଅନୁଭବ କରୁଛନ୍ତି ତେଣୁ ସେ ଏହି ପଦରେ ରହିବା ଯୋଗ୍ୟ ମନେ କରୁନାହଁନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଦିଲ୍ଲୀ କଂଗ୍ରେସ ପ୍ରଭାରୀ ମହାସଚିବ ଦୀପକ ବବରିଆଙ୍କ ସହ କିଛି ଦିନରୁ ଦେଖାଦେଇଥିବା ବିବାଦ ପାଇଁ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଏହା ସହ ଦିଲ୍ଲୀ କଂଗ୍ରେସରେ କେବଳ ୩ଟି ଅସନ ରହିଥିବା ବେଳେ ୨ଟି ଅସନ ପାଇଁ ବାହାର ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.