fbpx

ଦେଶବାସୀଙ୍କ ପାଇଁ ବଡ଼ ଖୁସି ଖବର! ଭାରତରେ ଆୟୋଜିତ ହେବ ୨୦୩୬ ଅଲିମ୍ପିକ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଦିନକୁ ଦିନ ଭାରତର ଶକ୍ତି ବିଶ୍ୱରେ ବଢ଼ିବାରେ ଲାଗିଛି । କରୋନା ସମୟରେ ଭାରତ ବିଭିନ୍ନ ଦେଶକୁ ଟିକା ପ୍ରଦାନ କରିଥିଲା । ସେହିପରି ୟୁକ୍ରେନ-ରୁଷିଆ ଯୁଦ୍ଧ ସମୟରେ ବିଭିନ୍ନ ଦେଶକୁ ଖାଦ୍ୟଶସ୍ୟ ଯୋଗାଇବା ସହ ବିଭିନ୍ନ ଦେଶର ନାଗରିକଙ୍କୁ ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଏପରିକି ଗୋଟିଏ ମାସରେ ଭାରତକୁ ବିଶ୍ୱର ୧୮ଟି ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପରି ଉଚ୍ଚସ୍ତରୀୟ ନେତୃବୃନ୍ଦ ଗସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ପରବର୍ତ୍ତୀ ଏକବର୍ଷ ପାଇଁ ଜି-୨୦ ସମ୍ମିଳନୀରେ ନେତୃତ୍ୱ ନେବାକୁ ଯାଉଛି । ଭାରତ ଏବେ ବିଶ୍ୱରେ ଏକ ଶାନ୍ତିର ପ୍ରତୀକ ଭାବେ ପରିଗଣିତ ହେବା ସହ ଆତଙ୍କବାଦର ମୂଳପୋଛ ପାଇଁ ବିଶ୍ୱ ସମୁଦାୟଙ୍କୁ ଏକ ହେବା ପାଇଁ ଆହ୍ୱାନ ଦେଇଛି । ତେବେ ଏହା ମଧ୍ୟରେ ଭାରତ ପାଇଁ ପୁଣି ଏକ ବଡ଼ ଖବର ଆସିଛି । ଆସନ୍ତା ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଭାରତରେ ଆୟୋଜନ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନା ମୁତାବକ, ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଜାରି ସଂକଳ୍ପପତ୍ରରେ ଏ ବାବଦରେ ଉଲ୍ଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ରାଜ୍ୟ ସଭାପତି ସିଆର ପାଟିଲ ଗୁଜରାଟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ୨୦୩୬ ସମର ଅଲିମ୍ପିକ୍ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅଲିମ୍ପିକ୍ କ୍ରୀଡ଼ା ଅହମ୍ମଦାବାଦରେ ଆୟୋଜନ କରି ଭାରତକୁ କ୍ରୀଡ଼ାର ମହାଶକ୍ତିରେ ପରିଣତ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଛି ।

ଅଲିମ୍ପିକ କ୍ରୀଡ଼ର ଆୟୋଜନ ପାଇଁ ୧୦ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇସି)ର ଅଧିବେସନ ଆସନ୍ତା ୨୦୨୩ରେ ମୁମ୍ବାଇରେ ଆୟୋଜନ ହେବାର ଅଛି । ଏହି ଅଧିବେସନ ପାଇଁ ବିଡ୍ ଆହ୍ୱାନ କରାଯାଇଥିଲା ଓ ଭାରତ ତାହାକୁ ଜିତି ନେଇଥିଲା । ବର୍ତ୍ତମାନ ଏହି କମିଟିରେ ୧୦୨ ଜଣ ସଦସ୍ୟ ରହିଛନ୍ତି । ଗତ ୧୯୮୩ରେ ପ୍ରଥମ ଥର ପାଇଁ ଏହି ବୈଠକ ଭାରତରେ ବସିଥିଲା । ଦୀର୍ଘ ୪୦ ବର୍ଷ ପରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକ ଖୁବ୍ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ୨୦୩୬ ଅଲିମ୍ପିକ୍ସ ପାଇଁ ଆଇଓସି ୨୦୨୫ ଓ ୨୦୨୯ ମଧ୍ୟରେ ବିଡ ୱିନରଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.