fbpx

ପୁଣି ଇତିହାସ ରଚିବ ଇସ୍ରୋ! ଚନ୍ଦ୍ରଯାନ-୩ ପରେ ଚନ୍ଦ୍ରଯାନ-୪; ଜାଣନ୍ତୁ କେତେ ଭିନ୍ନ ରହିବ ଏହି ମିଶନ

Advertisement

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଅପାର ସଫଳତା ପରେ ଇସ୍ରୋର ମନୋବଳ ବେଶ ବଢ଼ିଯାଇଛି । ମହାକାଶ ମିଶନ ଇତିହାସରେ ଏହା ପ୍ରଥମ ଥର କୌଣସି ଦେଶ ନିଜର ମହାକାଶଯାନକୁ ଚନ୍ଦ୍ରର ସାଉଥ ପୋଲରେ ସଫଳତାର ସହ ଅବତରଣ କରିପାରିଛି। ତେବେ ଚନ୍ଦ୍ରଯାନ-୩ ପରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଏହାର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଏହା ଜାପାନର ସ୍ପେସ୍ ଏଜେନ୍ସି ସହିତ ମଧ୍ୟ ଅଂଶୀଦାର ହୋଇଛି । ତେବେ ଏହି ଚତୁର୍ଥ ମୁନ ମିଶନ ଚନ୍ଦ୍ରଯାନ-୩ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ।

ଚନ୍ଦ୍ରଯାନ-୩ ଏପରି ଭାବରେ ଡିଜାଇନ୍ କରାଯାଇ ନଥିଲା ଯେ ଏହା ପୃଥିବୀକୁ ଫେରିପାରିବ । ତେବେ ଚନ୍ଦ୍ରଯାନ-୩ ର ରୋଭର ଏବଂ ବିକ୍ରମ ଲ୍ୟାଣ୍ଡର୍ ୧୪ ଦିନ ପାଇଁ ଇସ୍ରୋକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ତଥ୍ୟ ପ୍ରଦାନ କରିଥିଲେ। ତେବେ ଏହା ପରେ ଚନ୍ଦ୍ରଯାନ-୪ ଚନ୍ଦ୍ରକୁ ଯିବ । ତେବେ ଚନ୍ଦ୍ରଯାନ-୪ ସେଠାରୁ ତଥ୍ୟ ସଂଗ୍ରହ କରିବା ସହ ଚନ୍ଦ୍ରର ସାମ୍ପଲ ନେଇ ପୃଥିବୀକୁ ଫେରିବ।

ତେବେ ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହାର ପ୍ରସ୍ତୁତି ଶେଷ ହେବ ବୋଲି ଇସ୍ରୋର ନିର୍ଦ୍ଦେଶକ କହିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମିଶନ । ପୂର୍ବ ସମସ୍ତ ମିଶନ ଅପେକ୍ଷା ଚନ୍ଦ୍ରଯାନ-୪ ବେଶ କଷ୍ଟସାଧ୍ୟ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହା ସହିତ ଚନ୍ଦ୍ରଯାନ-୩ ରୋଭରର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଚନ୍ଦ୍ରଯାନ-୪ ରେ ଏହାର ଓଜନ ୩୫୦ କିଲୋଗ୍ରାମକୁ ବୃଦ୍ଧି ପାଇବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ନିର୍ଦ୍ଦେଶକ । ପୂର୍ବ ମିଶନରେ ଥିବା ରୋଭରର ଆକାର 500mX500m ତୁଳନାରେ 1000mX1000m କୁ ବୃଦ୍ଧି ପାଇବ ।

Get real time updates directly on you device, subscribe now.