fbpx

ଅକ୍ଟୋବର ମାସରେ ଖାଲି ମଜା: ୨୧ ଦିନ ବ୍ୟାଙ୍କ ଛୁଟି, ପୂର୍ବରୁ କାମ ସାରିଦେବା ଭଲ

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ସିଜିନ୍ ଚାଲିଥିବା ବେଳେ ଆସନ୍ତା ମାସରେ ଦଶହରା ପଡ଼ିବ । ତେବେ ଏଭଳି ସ୍ଥିତିରେ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାକିରିଆମାନେ ସାଧାରଣ ଭାବେ ଅଧିକ ସମୟ ପରିବାର ସହ ରହି ସମୟ ବିତାଇବାକୁ ଚାହିଁବେ । ଆସନ୍ତା ଅକ୍ଟୋବର ମାସରେ ମୋଟ ୨୧ ଦିନ ପାଇଁ ବ୍ୟାଙ୍କ ଛୁଟି ରହିବ । ଗୋଟିଏ ପଟେ ଛୁଟିକୁ ନେଇ ଖୁସି ଖବର ହୋଇଥିବା ବେଳେ ଅନ୍ୟ ପଟେ ବ୍ୟାଙ୍କିଂ ସମ୍ବନ୍ଧୀୟ କାର୍ଯ୍ୟକୁ ପୂର୍ବରୁ ସାରିଦେବା ଆବଶ୍ୟକ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ଛୁଟି ଲିଷ୍ଟକୁ ୩ଟି ବର୍ଗରେ ବିଭକ୍ତ କରିଛି । ଏଥିରେ ନୋଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ, ରିଅଲ ଟାଇମ୍ ଗ୍ରସ ସେଟଲମେଣ୍ଟ ହଲିଡେ ଓ ବ୍ୟାଙ୍କସ କ୍ଲୋଜିଂ ଅଫ୍ ଆକାଉଣ୍ଟସ ସାମିଲ ଅଛି । ଅର୍ଥାତ ରାଷ୍ଟ୍ରୀୟ ଛୁଟି ବ୍ୟତୀତ କିଛି ରାଜ୍ୟରେ ବିଶେଷ ଛୁଟି ରହିଛି । ସେଥିରେ ସମସ୍ତ ରବିବାର ସହିତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି ।

ଅକ୍ଟୋବର ୧- ବ୍ୟାଙ୍କର ଅର୍ଦ୍ଧବାର୍ଷିକୀ କ୍ଲୋଜିଂ, ୨- ରବିବାର ଓ ଗାନ୍ଧି ଜୟନ୍ତୀ, ୩- ମହାଅଷ୍ଟମୀ (ଭୁବନେଶ୍ୱର, ଅଗରତାଲା, ଗୁଆହାଟୀ, ଇମ୍ଫାଲ, କୋଲକାତା, ପାଟନା, ରାଞ୍ଚି), ୪- ମହାନବମୀ/ ଶ୍ରୀମନ୍ତ ଶଙ୍କରଦେବ ଜନ୍ମୋତ୍ସବ (ଅଗରତାଲା, ବେଙ୍ଗାଲୁରୁ, ଭୁବନେଶ୍ୱର, ଗୁଆହାଟୀ, କୋଲକାତା, ଚେନ୍ନାଇ, ଗାଙ୍ଗଟକ, କାନପୁର, କୋଚି, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲଂ, ଥିରୁବନନ୍ତପୁରମ), ୫- ଦୁର୍ଗା ପୂଜା, ୬- ଦୁର୍ଗା ପୂଜା (ଗାଙ୍ଗଟକ), ୭- ଦୁର୍ଗା ପୂଜା (ଗାଙ୍ଗଟକ), ୮- ଦ୍ୱିତୀୟ ଶନିବାର ଓ ଇଦ-ଏ-ମିଲାଦ-ଉଲ-ନବୀ (ଭୋପାଲ, ଜମ୍ମୁ, କୋଚି, ଥିରୁବନ୍ତପୁରମ), ୯-  ରବିବାର, ୧୩- କରବା ଚୌଥ (ଶିମଲା), ୧୪- ଇଦ-ଏ-ମିଲାଦ-ଉଦ-ନବୀ (ଜମ୍ମୁ, ଶ୍ରୀନଗର), ୧୬- ରବିବାର, ୧୮- କଟି ବିହୁ (ଗୁଆହାଟୀ), ୨୨- ଚତୁର୍ଥ ଶନିବାର, ୨୩- ରବିବାର, ୨୪-କାଳୀ ପୂଜା, ୨୫- ଲକ୍ଷ୍ମୀ ପୂଜା (ଗାଙ୍ଗଟକ, ହାଇଦ୍ରାବାଦ, ଇମ୍ଫାଲ, ଜୟପୁର), ୨୬- ଗୋବର୍ନ୍ଧନ ପୂଜା (ଅହମ୍ମଦାବାଦ, ବେଙ୍ଗାଲୁରୁ, ଡେରାଡୁନ, ଗାଙ୍ଗଟକ, ଜମ୍ମୁ, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ଶିମଲା, ଶ୍ରୀନଗର, ୩୦- ରବିବାର, ୩୧- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ (ଅହମ୍ମଦାବାଦ, ରାଞ୍ଚି, ପାଟନା) ।

Get real time updates directly on you device, subscribe now.