fbpx

(Video) ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ: ଟାଙ୍ଗିଆ ଚୋଟରେ ଚାଲିଗଲା ପ୍ରାଣ…

କୋରାପୁଟ: ସାତ ଜନ୍ମ ପାଇଁ ହାତ ଧରିଥିଲା ସ୍ତ୍ରୀ । ସୁଖରେ ଦୁଃଖରେ ସାଥୀରେ ରହିବ ବୋଲି କଥା ଦେଇଥିଲା । ଆଉ ଆଜି କିନ୍ତୁ ସାମାନ୍ୟ କଳହ ପାଇଁ ନିଜ ସ୍ୱାମୀହିଁ ହତ୍ୟା କରିଦେଲା ସ୍ତ୍ରୀର । ହଁ ଆଜ୍ଞା ଏଭଳି ଏକ ନରହନ୍ତା ସ୍ୱାମୀ ଯିଏ କି ନିଜ କ୍ରୋଧର ବଶବର୍ତ୍ତୀ ହୋଇ ଭୁଲିଗଲା ସବୁ ସୀମା ।  ସ୍ତ୍ରୀର ଜୀବନ ନେବାକୁ ମଧ୍ୟ ପଛାଇଲାନି ।  ଆଉ ଟାଙ୍ଗିଆ ଧରି ଗୋଡାଇ ଗୋଡାଇ ନିଜ ସ୍ତ୍ରୀକୁ ମାରିଦେଲା ସବୁଦିନ ପାଇଁ । ଜୀବନ ସାରା ଯାହାର ରକ୍ଷା କରିବା ବୋଲି ପ୍ରତିଶୃତି ନେଇଥିଲା । ଆଜି ଗାଁ ଦାଣ୍ଡରେ ନିର୍ମମ ଭାବେ ତା’ର ଜୀବନ ନେଇଗଲା ।

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି । ଏହିପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ମାସିଗାଁ ପଂଚାୟତର ଡେଙ୍ଗା କୁସୁମଗୁଡା ଗାଁରେ ଘଟିଛି । ମୃତକ ମହିଳା ଜଣକ ଉକ୍ତ ଗ୍ରାମର ସୁବର୍ଣ୍ଣ ବଡ଼ନାୟକ ବୋଲି ଜଣାପଡ଼ିଛି  । ଡେଙ୍ଗାକୁସମଗୁଡାରେ ବୁଦୁ ବଡ଼ନାୟକ ଏବଂ ତାଙ୍କ ସ୍ତ୍ରୀ ସୁବର୍ଣ୍ଣ ବଡ଼ନାୟକଙ୍କ ମଧ୍ୟରେ ଗତ କାଲି ରାତିରେ କଳହ ହୋଇଥିଲାବ । ଆଉ ଏହାକୁ ନେଇ ସ୍ୱାମୀ ବୁଦୁ ବଡ଼ନାୟକ ଉତକ୍ଷୀପ୍ତ ହୋଇ ଟାଙ୍ଗିଆ ଧରି ସ୍ତ୍ରୀ ସୁବର୍ଣ୍ଣ ବଡ଼ନାୟକଙ୍କୁ ଆକ୍ରମଣ କରିଥିଲେ ଯେଉଁଥିରେ ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିଲା ।

ସେପଟେ ଘଟଣା ସ୍ଥଳରେ ବୈପାରୀଗୁଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ବେଳେ ସ୍ୱାମୀ ବୁଦୁ ବଡ଼ନାୟକଙ୍କୁ ବୈପାରୀଗୁଡା ଥାନାରେ ଅଟକ ରଖିଥିବା ଜଣାପଡିଛି  । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.