fbpx

(Video) ପ୍ରେମ କରୁଥିବା ଅବସ୍ଥାରେ ଧରା ପଡିଲେ ବିରଳ ନାଗ ନାଗୁଣୀ; କେହି କରିପାରିଲେନି ଅଲଗା…

କୁହାଯାଏ ପ୍ରେମର କୌଣସି ସୀମା ନାହିଁ । ପ୍ରେମ ପାଇଁ କିଏ କ’ଣ ନକରେ । ଖାଲି ମଣିଷମାନେ ଯେ ପ୍ରେମ କରିପାରନ୍ତି ତାହା ନୁହେଁ । ଜୀବଜନ୍ତୁଙ୍କ ମଧ୍ୟରେ ବି ଦେଖିବାକୁ ମିଳେ ପ୍ରେମର ପରାକାଷ୍ଠା । ଠିକ୍ ଯେମିତି ଏ ନାଗ ନାଗୁଣୀଙ୍କ ମଧ୍ୟରେ ରହିଛି । ଯାହାର ଭିଡିଓ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ସାଉଁଟୁଛି । ପ୍ରକୃତରେ ଏହି ନାଗ-ନାଗୁଣୀଙ୍କ ଜଣେ ବ୍ୟକ୍ତିଙ୍କ ଘରୁ ଉଦ୍ଧାର କରାଯାଉଛି । ଆଉ ଉଦ୍ଧାର ବେଳେ ସେମାନଙ୍କ ମଧ୍ୟରେ ଥିବା ନିବିଡ଼ିତା ଦେଖିବାଭଳି ଥିଲା । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ।

ପ୍ରେମରେ ମସଗୁଲ୍ । କେହି କାହାଠାରୁ ଅଲଗା ହେବାକୁ ଚାହୁଁ ନାହାନ୍ତି । ପ୍ରେମ ଦୁନିଆରେ ହଜି ଯାଇଛନ୍ତି ଏ ନାଗ ନାଗୁଣୀ । ସବୁ କିଛି ଭୂଲି ଯାଇଛନ୍ତି । ଏମାନେ ସିନା କିଛି କହି ପାରୁନାହାନ୍ତି, ହେଲେ ମନେ ମନେ ଭାବୁଥିବେ ଆଉ କହୁଥିବେ ହେ ଦୁନିଆ ବାସୀ ଆମ ଦୁଇ ଜଣକୁ ଅଲଗା କରନି । ଆମେ ଏଇଠି ରହିବାକୁ ଚାହୁଁ । ହଁ ଆଜ୍ଞା, ମନେ ମନେ ଏମିତି କିଛି ଭାବୁଥିବେ ଏମାନେ । ଲାଗୁଛି ଯେମିତି ଉଭୟ ଉଭୟଙ୍କୁ ଗେଲ କରୁଛନ୍ତି । ଦୁଇ ଜଣ ଯାକ ପୁରା ଯାକିଯୁକି ହୋଇ ରହିଯାଉଛନ୍ତି । ଆଉ ତାଙ୍କୁ ଯେତେ ଛଡାଇବାକୁ ଚେଷ୍ଟା କଲେ ବି ଏମାନେ ଅଲଗା ହେଉ ନାହାନ୍ତି । ଆଉ ମୁହଁକୁ ମୁହଁ ଲଗେଇ କଣ କେଜାଣି କଥା ହେଉଛନ୍ତି । ପ୍ରକୃତରେ ଏହି ନାଗ ନାଗୁଣୀ ପରସ୍ପରଠାରୁ ଅଲଗା ହେବାକୁ ଚାହୁନାହାନ୍ତି । ଦୀର୍ଘ ୫ ବର୍ଷ ଧରି ଠାକୁର ଘରେ ଥିବା ଏକ ଟ୍ରଙ୍ଗ ଭିତରେ ନିଜର ରାଜମହଲ ତିଆରି କରିଥିଲେ ଏହି ନାଗ ନାଗୁଣୀ  । ଆଉ ଦୀର୍ଘ ଦିନର ପୁରୁଣା ଘରକୁ ଛାଡ଼ି ଚାଲି ଯାଉଛନ୍ତି ଆଉ ଏକ ନୂଆ ଦୁନିଆକୁ  ।

ହଁ ଆଜ୍ଞା ଶାଶ୍ୱତ ଚିରନ୍ତନ ବାସ୍ତବ ପ୍ରେମର ଏକ ଆଶ୍ଚର୍ଯ୍ୟଜନକ ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ସରପଦା ଗ୍ରାମରେ । ଗ୍ରାମର ରତ୍ନାକର ଜେନାଙ୍କ ଘର ଭିତରେ ରହିଛି ଏକ ଠାକୁର ଘର ଆଉ ତାରି ପାଖରେ ରହିଥିଲା ଚାବି ନ ଥିବା ପୁରୁଣା ଲୁଗାପଟା ଭର୍ତି ଏକ ଟିଣ ବାକ୍ସ । ଆଉ ସେହି ଟିଣ ବାକ୍ସ ଆଜକୁ ୫ ବର୍ଷ ହେଲା ନାଗ ନାଗୁଣୀଙ୍କ ବାସଗୃହ ପାଲଟି ଥିଲା । ଠାକୁର ଘରୁ ବାହାରକୁ ଯିବା ଆସିବା କରିବା ପାଇଁ ଏକ ସୁଡ଼ଙ୍ଗ ଗାତ ରହିଥିଲା ଆଉ ସେଇ ବାଟ ଦେଇ ନିୟମିତ ଯିବା ଆସିବ କରୁଥିଲେ ଏହି ନାଗ ନାଗୁଣୀ ଦୁହେଁ  । ଆଉ ଏହି ଟ୍ର୍ରଙ୍କ ଥିଲା ନାଗ ନାଗୁଣୀଙ୍କ ଦୁନିଆଁ ।

ତେବେ ଆଜି ନାଗ ନାଗୁଣୀଙ୍କ ଚିତ୍କାର ଶୁଣିବାରୁ ସ୍ନେକ ହେଲ୍ପ ଲାଇନର ଶେଖ୍ ମିର୍ଜା ଙ୍କୁ ଯୋଗାଯୋଗ କରିଥିଲେ ଲୋକେ  । ତେବେ ମିର୍ଜା ଆସି ବିଭିନ୍ନ ସ୍ଥାନରେ ଖୋଜିବା ପରେ ଶେଷରେ ଭଙ୍ଗା ଟିଣ ବାକ୍ସ ଭିତରୁ ପାଞ୍ଚ ଫୁଟ ଓ ସାଢ଼େ ଚାରି ଫୁଟର ଯୁଗଳବନ୍ଦୀ ନାଗ ନାଗୁଣୀଙ୍କୁ ଉଦ୍ଧାର କରିଥିଲେ । ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ଧରା ପଡ଼ିବା ପରେ ଅଲଗା ହୋଇଯିବା ଭୟରେ ନାଗ ନାଗୁଣୀ ଦୁହେଁ ଦୁହିଁଙ୍କୁ ଏପରି ଜାବୁଡ଼ି ଧରୁଥିଲେ । ଯେଉଁଥିରେ ସେମାନଙ୍କର ପରସ୍ପର ପ୍ରତିଥିବା ପ୍ରେମର ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.