fbpx

(Video) ଦୀନେଶ ତୁ ବାହା ବେଦୀରେ ବସିବୁ, ଆଉ ମୁଁ ତୋ ଘର ଆଗରୁ ୬ ଖଣ୍ଡ କାଠରେ ଯିବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନେଶ ତୁ ବାହା ବେଦୀରେ ବସିବୁ ଆଉ ମୁଁ ଏଠି ଛ’ ଖଣ୍ଡ କାଠରେ ଯିବି । ତୁ ଆଉ କାହାର ମଥାରେ ସିନ୍ଦୁର ଦେଉଥିବୁ ଆଉ ଏଠି ମୋତେ ଶେଷ ଦର୍ଶନ କରିବାକୁ ଲୋକେ ଆସୁଥିବେ । ତୋ ଘର ହସ ଖୁସିରେ ଉଚ୍ଛୁଳି ପଡୁଥିବ ଆଉ ଏଠି ମୋ ଘର କାନ୍ଦ ବୋବାଳିରେ ଫାଟି ପଡୁଥିବ । ସାତ ଦୀପ ଆଠ କଳସକୁ ତୁ ସାକ୍ଷୀ ରଖି ଆଉ କାହାର ହାତ ଧରୁଥିବୁ ଆଉ ମୁଁ ଏଠି ସାଧବ ବେଶରେ ସଜେଇ ହୋଇ ମଶାଣିକୁ ଯାଉଥିବି । ତୁ ଧୋତି ଶେରୱାନୀ ପିନ୍ଧି ବେଦୀରେ ବସିବୁ ଆଉ ମୁଁ ଏଠି ଛ’ ଖଣ୍ଡ କାଠ କୋକେଇରେ ଯିବି । ତୁ ବରଯାତ୍ରୀ ନେଇ ତୋ ସ୍ତ୍ରୀ କୁ ଆଣିବାକୁ ଯିବୁ, ଆଉ ମୁଁ ଏଠି ବଡଦାଣ୍ଡରେ ସ୍ୱର୍ଗଦ୍ୱାରକୁ ଯିବି । ତୋ ପାଖରେ ବାଜୁଥିବ ଡିଜେ ଗୀତ । ନାଚରେ ସମସ୍ତେ ମସ୍ଗୁଲ ଥିବେ ଆଉ ଏଠି ମୋତେ ରାମନାମ ସତ୍ୟ ହେ କହି ନେଇ ଯାଉଥିବେ ।

ତୋ ବେକରେ ପଡ଼ିଥିବ ବରଣ ମାଳା ଆଉ ମୋ ଉପରେ ଛିଞ୍ଚା ହେଉଥିବ ଖଇ କଉଡ଼ି । ଦିନେଶ ତୁ ଯେତେବେଳେ କାହାକୁ ବେଦୀରେ ସିନ୍ଦୁର ମଙ୍ଗଳସୂତ୍ର ପିନ୍ଧାଉଥିବୁ ସେତେବେଳେ ମୋତେ ମୁଖାଗ୍ନି ଦେଉଥିବେ ମୋ ଘର ଲୋକେ । ମୁଁ ଗଲା ପରେ ତୁ ଆମର ସବୁ କଥା ଭୁଲି ଯିବୁରେ । ଯାହା ତୋର ମୋର ଭଲ ମୁମେଣ୍ଟ ଥିଲା ତାହା ତୁ ସବୁ ଭୁଲିଯିବୁ । ଧିରେଧିରେ କରି ତୁ ସବୁ କିଛି ଭୁଲିଯିବୁ । ଗୋଟି ଗୋଟି କରି ସବୁ ସ୍ମୃତିକୁ ତୁ ଭୁଲି ଯିବୁ । ମୋତେ ଆଉ ଦେଖିବୁନି କେବେ ଖୋଜି ପାଇବୁନି । ତୋ ଦୀପିକା ତୋ ଠାରୁ ବହୁତ ଦୁରକୁ ଚାଲିଯାଇଥିବ । ହେଲେ ଶେଷ ଇଚ୍ଛା ମୋର ଦିନେଶ ତୋତେ ଶେଷ ଥର ପାଇଁ ଟିକେ ଦେଖିବି । ମନ ଭରି ତୋତେ ଟିକେ ଦେଖିବି । ମୋ ଶେଷ ସମୟରେ ତୁ ଟିକେ ଆସିବୁ । ଯଦି ଭାଗ୍ୟରେ ଥିବ ଦିନେଶ ତା’ ହେଲେ ଆମେ ଆର ଜନ୍ମରେ ଦେଖାହେବା । ହେଲେ ଗୋଟେ କଥାରେ ତୁ ଆର ଜନ୍ମରେ ମୋ ସହ ଏମିତି କରିବୁନି । ଏତେ କଷ୍ଟ ଦେବୁନି । ମୋ ଦେହ ସହ କେବେ ଖେଳିବୁନି । କାହିଁକି ନା ମୁଁ ଆଉ ବଦ୍ନାମ ସହି ପାରିବିନିରେ । ଏଠି ଦୁନିଆ ମୋତେ ଚରିତ୍ରହୀନା କହୁଛି । ମୁଁ ଚାହୁଁନି ଆର ଜନ୍ମରେ ବି ମୋତେ କଷ୍ଟ ହେଉ ଆର ଜନ୍ମରେ ମୋତେ ଏ ଦୁଃଖ ସହିବାକୁ ପଡ଼ୁ । ଆର ଜନ୍ମରେ ଆମର ପୁଣି ଦେଖା ହେବ ।

ଦର୍ଶକବନ୍ଧୁ ଦୁଇ ମାସ ହୋଇଗଲାଣି ଦୀପିକାଙ୍କ ଧାରଣା । ଆଉ ଏଠି ଦୀପିକାଙ୍କୁ ନ୍ୟାୟ ମିଳି ପାରୁନି । ଯେଉଁଥିପାଇଁ ଖରା ବର୍ଷା ସହି ଧାରଣାରେ ବସିଛନ୍ତି ଦୀପିକା । ଏପଟେ ତାରିଖ ପରେ ତାରିଖ ଦେଇ ଚାଲିଛି କୋର୍ଟ । ତଥାପି ମିଳିପାରୁନି ଦୀପିକାଙ୍କୁ ନ୍ୟାୟ । ଆଉ ଏସବୁ ସହି ପାରୁନାହାନ୍ତି ଦୀପିକା । କେତେ ଆଉ ଧାରଣା ଦେବେ କେତେ ଆଉ କଷ୍ଟ ସହିବେ । ଶେଷରେ ଦୀପିକା କହିଛନ୍ତି ତାଙ୍କୁ ଯଦି ନ୍ୟାୟ ନ ମିଳିବ ତା’ହେଲେ ସେ ଦେହ ତ୍ୟାଗ କରିବେ । ଆଉ ଦୀପିକା ରାଷ୍ଟ୍ରପତିଙ୍କୁ ମଧ୍ୟ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏତେ ସବୁ ପରେ କେବେ ମିଳୁଛି ଦୀପିକାକୁ ନ୍ୟାୟ ।

Get real time updates directly on you device, subscribe now.