fbpx

Mahindra Finance ଉପରେ ଆକ୍ସନ ନେଲା RBI: ରିକଭରୀ ଏଜେଣ୍ଟ ରଖିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆକ୍ସନ ମୋଡରେ ଭାରତୀୟ ରିଜର୍ଭ ବ୍ୟାଙ୍କ । ଆଜି ଗୋଟିଏ ଦିନରେ ଦୁଇଟି ବ୍ୟାଙ୍କ ବନ୍ଦ କରିବା ପରେ ମହିନ୍ଦ୍ରା ଫାଇନାନ୍ସକୁ ଟାର୍ଗେଟ କରିଛି RBI । ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ ଉପରେ ରିଜର୍ଭ ବ୍ୟାଙ୍କ ନେଇଛି କଡା କାର୍ଯ୍ୟାନୁଷ୍ଠାନ । ଏଣିକି ଆଉଟସୋର୍ସିଂ ଏଜେଣ୍ଟ ମାଧ୍ୟମରେ କୌଣସି ଟଙ୍କା ଆଦାୟ କରିବା ପ୍ରକ୍ରିୟାକୁ ଯଥାଶୀଘ୍ର ବନ୍ଦ କରିବା ପାଇଁ ଆଦେଶ ଦେଇଛି RBI ।

ସୂଚନା ଅନୁସାରେ, ଝାଡଖଣ୍ଡର ହଜାରୀବାଗରେ ଟ୍ରାକ୍ଟରର କିସ୍ତି ଠିକ ସମୟରେ ଦେଇ ପାରି ନଥିଲେ ଦିବ୍ୟାଙ୍ଗ ଚାଷୀ ମିଥିଳେଶ ମେହେଟ୍ଟା । ତେଣୁ ଏହି ଟ୍ରାକ୍ଟରକୁ ଜବରଦସ୍ତ ଉଠାଇ ନେବାକୁ ଆସିଥିଲେ ରିକଭରୀ ଏଜେଣ୍ଟ । ଗାଡିକୁ ଜବରଦସ୍ତ ଉଠାଇ ନେବା ପାଇଁ ଆସିଥିବା ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଗାଡି ତଳେ ଚାଷୀଙ୍କ ଗର୍ଭବତୀ ଝିଅଙ୍କୁ ଟ୍ରାକ୍ଟର ତଳେ ଚାପି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଏମିତି ଏକ କଡା କାର୍ଯ୍ୟାନୁଷ୍ଠାନ ନେଇ RBI ।

ଏହାପରେ ଆନନ୍ଦ ମହିନ୍ଦ୍ରା ମହିନ୍ଦ୍ରା ଫାଇନାନ୍ସର ସିଇଓ ଏବଂ ଏମଡି ଅନୀଶ ଶାହଙ୍କ ଟ୍ୱିଟକୁ ରିଟ୍ୱିଟ କରିଥିଲେ । ସେ ହଜାରୀବାଗ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ପୀଡିତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଏହାସହ ଥାର୍ଡ ପାର୍ଟି କଲେକ୍ସନର ରିଭ୍ୟୁ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ଆନନ୍ଦ ମହିନ୍ଦ୍ରା ।

Get real time updates directly on you device, subscribe now.