fbpx

ପୃଥିବୀରୁ ବେଙ୍ଗ ଜାତି ଲୋପ ପାଉଛି, ତେଣୁ ମଶା ବଂଶ ବଢ଼ୁଛି: ମଣିଷ ଡେଙ୍ଗୁ, ମ୍ୟାଲେରିଆ, ଚିକନଗୁନିଆରେ ରୋଗଗ୍ରସ୍ତ ହେଉଛି- ରିସର୍ଚ୍ଚ ଖୁଲାସା

ନୂଆଦିଲ୍ଲୀ: ଦିନକୁ ଦିନ ଆମ ପୃଥିବୀ ପୃଷ୍ଠରୁ ବେଙ୍ଗ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ ବେଙ୍ଗ ସମାପ୍ତ ହେବା କାରଣରୁ ମଣିଷକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ୁଛି । ଏଥିପାଇଁ ମଣିଷ ଅଧିକ ମାତ୍ରାରେ ରୋଗଗ୍ରସ୍ତ ହେବାରେ ଲାଗିଛି । ଉଭୟଚର ପ୍ରାଣୀଙ୍କ ସହିତ ମଣିଷର ଗଭୀର ସମ୍ବନ୍ଧ ରହିଛି । ମଣିଷ ଜାତି ସୁସ୍ଥ ରହିବାକୁ ହେଲେ ବେଙ୍ଗ ଜାତି ବଞ୍ଚି ରହିବା ନିହାତି ଜରୁରୀ । ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏଭଳି ଖୁଲାସା ହୋଇଛି ।

ଗତ ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ମଣିଷର ସ୍ୱାସ୍ଥ୍ୟ ସହିତ ଜୀବଜନ୍ତୁଙ୍କ ସିଧାସଳଖ ସମ୍ପର୍କ ରହିଥିବା ବିଷୟରେ ସ୍ପଷ୍ଟ ହୋଇଥିଲା । ସେ ସମୟରେ ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା । ମାତ୍ର ଉଭୟଚର ପ୍ରାଣୀଙ୍କ ଉପରେ ଦୃଷ୍ଟି ଦିଆଯାଇ ନଥିଲା । ମାତ୍ର ଏମାନଙ୍କର ମଣିଷର ସ୍ୱାସ୍ଥ୍ୟ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ବର୍ତ୍ତମାନ ଯେଉଁ ମାତ୍ରାରେ ବେଙ୍ଗ ଜାତି ଲୋପ ପାଇବାରେ ଲାଗିଛନ୍ତି, ତାହା ସମଗ୍ର ମଣିଷ ଜାତି ପାଇଁ ଘୋର ବିପଦକୁ ଡାକି ଆଣିବ ।

୧୯୮୦ ଦଶକରେ କୋଷ୍ଟା ରିକା ଓ ପାନାମା ବୈଜ୍ଞାନିକମାନେ ବେଙ୍ଗ ସହିତ ଅନ୍ୟ କିଛି ଉଭୟଚର ଜୀବଙ୍କ ସଂଖ୍ୟା ହ୍ରାସ ପାଇଥିବା ନେଇ ମତବ୍ୟକ୍ତ କରିଥିଲେ । ସେ ସମୟରେ ବେଙ୍ଗ ଓ ସୈଲାମେଣ୍ଡରମାନେ ଏକ ଖାସ ରୋଗରେ ମୃତ୍ୟୁବରଣ କରୁଥିଲେ । ଉକ୍ତ ରୋଗ ଏକ ଭାୟରଲ ଫଙ୍ଗଲ ପ୍ୟାଥୋଜେନ କାରଣରୁ ହେଉଥିଲା । ମାତ୍ର ଏହି ଜୀବ ଏତେ ଦ୍ରୁତ ଭାବରେ ଲୋପ ପାଇଥିଲେ ଯେ ବୈଜ୍ଞାନିକମାନେ ଏହାକୁ ଠିକ୍ ଭାବେ ରିସର୍ଚ୍ଚ କରିବା ପାଇଁ ମୌକା ମିଳିନଥିଲା ।

ଉକ୍ତ ରୋଗରେ ଏସିଆ ଓ ଦକ୍ଷିଣ ଆମେରିକାରେ ଉଭୟଚର ଜୀବଙ୍କର ୫୦୧ ପ୍ରଜାତି ସମାପ୍ତ ହୋଇଯାଇଛନ୍ତି । ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଜୀବମାନେ ବିଶ୍ୱ ବକ୍ଷରୁ ଅଧିକ ମାତ୍ରାରେ ବିଲୁପ୍ତ ହୋଇଯାଇଛନ୍ତି । ଏହି କାରଣରୁ ଆଜି ସାରା ଦୁନିଆରେ ଫଙ୍ଗସ ଦ୍ରୁତ ଭାବରେ ବଢ଼ିବାରେ ଲାଗିଛି । ଏଥିସହିତ ମଶା ଜନିତ ରୋଗ ମଧ୍ୟ ବୃଦ୍ଧି ପାଉଛି । ବେଙ୍ଗ ଓ ସୈଲାମେଣ୍ଡରଙ୍କର ମୁଖ୍ୟ ଖାଦ୍ୟ ମଶା । ଯଦି ଏହି ଜୀବମାନେ ଶେଷ ହୋଇଯିବେ ତେବେ ମଶାଙ୍କୁ କିଏ ରୋକିବ । ମଶାଙ୍କୁ ଯଦି ରୋକା ନଯିବ, ତେବେ ମ୍ୟାଲେରିଆ, ଡେଙ୍ଗା, ଚିକନଗୁନିଆ ପରି ରୋଗ ବ୍ୟାପିବ । ଫଳରେ ଏହା ମଣିଷ ପାଇଁ ସମସ୍ୟା ସୃଷ୍ଟି କରିବ ।

Get real time updates directly on you device, subscribe now.