fbpx
BSKY
BJD SHG SKY
BJD YOUTH SKY

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ୨୧ଟି ରାଜ୍ୟରେ ଛୁଟି ଘୋଷଣା ହୋଇ ନାହିଁ: ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ରାମଲଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠାକୁ ନେଇ ଅଯୋଧ୍ୟାର ଗଳିକନ୍ଦିରେ ଆଧ୍ୟାତ୍ମିକ ଅନୁଭୂତିର ଅଦ୍ଭୂତ ଅନୁଭବ ହେଉଛି । ଆସନ୍ତାକାଲି ହେବାକୁ ଥିବା ଦିବ୍ୟ ଉତ୍ସବ ପାଇଁ ଭବ୍ୟ ପ୍ରସ୍ତୁତି କରାଯାଇଛି । ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରିତ ହୋଇଥିବା ଅତିଥିଙ୍କୁ ଏକ ଖାସ୍ ପ୍ରସାଦ ଓ ଖାସ୍ ଉପହାରର ବ୍ୟବସ୍ଥା କରାଯାଇଛି ।

ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ଦିନ ୨.୩୦ଟା ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । କିଛି ରାଜ୍ୟ ଏହାକୁ ଅନୁସରଣ କରିଥିବା ଆଉ କିଛି ରାଜ୍ୟ ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ, ଛତିଶଗଡ଼, ହରିୟାଣା, ଗୋଆ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ସରକାର ଜାନୁଆରୀ ୨୨ ତାରିଖରେ ଛୁଟି ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କିଛି ରାଜ୍ୟ ଏହି ଉତ୍ସବ ପାଇଁ ଛୁଟି ଘୋଷଣା କରିନାହାନ୍ତି । ତେଣୁ ସେହି ସମସ୍ତ ରାଜ୍ୟମାନଙ୍କରେ ସରକାରୀ ଅଫିସ ଖୋଲା ରହିବ କି ନା ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ତେବେ ୨୧ଟି ରାଜ୍ୟରେ ଜାନୁଆରୀ ୨୨ ତାରିଖରେ ଛୁଟି ହେବ ନାହିଁ । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, କର୍ଣ୍ଣାଟକ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକିମ, ତାମିଲନାଡ଼ୁ, ତ୍ରିପୁରା, ତେଲେଙ୍ଗାନା, ଉତ୍ତରାଖଣ୍ଡ, ପଶ୍ଚିବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଓ ନଗର ହାବେଳି, ଦାମନ ଓ ଡିଉ, ଲଦ୍ଦାଖ, ଲାକ୍ଷାଦ୍ୱୀପ ଓ ପୁଡ଼ୁଚେରୀ ରହିଛି ।

Get real time updates directly on you device, subscribe now.