fbpx
BJD SKY
BJD SKY

ଅଜଣା ମହିଳାଙ୍କୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ! ଆପାର୍ଟମେଣ୍ଟରେ ବିନା ପୋଷାକରେ ବୁଲିଲେ, ହଙ୍ଗାମା କଲେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଯେତିକି ବିକାଶ କରୁଛି ସେହି ଅନୁପାତରେ ଏଠି ଅପରାଧୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଗତ କିଛିଦିନ ମଧ୍ୟରେ ରାଜଧାନୀର ବହୁ ଆପାର୍ଟମେଣ୍ଟରୁ ବଡ଼ ଧରଣର ଚୋରି ହେଉଥିବା ଦେଖିବାକୁ ମିଳିଥିଲା । ଏହି ଚୋରମାନେ ଘର ମାଲିକଙ୍କ ଗତିବିଧିକୁ ପୂର୍ବରୁ ଅନୁସରଣ କରିବା ସହିତ ସୁଯୋଗ ଦେଖି ସବୁ ହଡ଼ପ କରିନେଇଥାନ୍ତି । ପୋଲିସ ନିକଟରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ଚୋର ଫେରାର ଅଛନ୍ତି ।

ତେବେ ଏହା ମଧ୍ୟରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଉଲଗ୍ନ କାଣ୍ଡକୁ ନେଇ ଏବେ ଚାରିଆଡ଼େ ବେଶ୍ ହଇଚଇ ସୃଷ୍ଟି ହୋଇଛି । ରାଜଧାନୀ ଉପକଣ୍ଠ ବାଲିଅନ୍ତାର ଏକ ଆପାର୍ଟମେଣ୍ଟରେ ଘଟିଛି ଏଭଳି ଏକ ଅଜବ ଘଟଣା । ଜଣେ ମହିଳା ଦୁଇଦିନ ଧରି ଆପାର୍ଟମେଣ୍ଟରେ ହଙ୍ଗାମା କରିଥିଲେ । ପ୍ରଥମେ ମହିଳା ଜଣଙ୍କ ଭଡ଼ା ବାହାନାରେ ଯାଇଥିଲେ । ମାତ୍ର ପରେ ସେ ଯେଉଁ କାରନାମା କରିଥିଲେ ତାହା କେହି ବି କଳ୍ପନା କରିନଥିଲେ ।

ମହିଳା ଜଣଙ୍କ ନିଜ ଆପାର୍ଟମେଣ୍ଟକୁ ଲାଗି ରହିଥିବା ଏକ ନୂଆ ଆପାର୍ଟମେଣ୍ଟକୁ ପ୍ରଥମେ ଯାଇଥିଲେ । ସେଠାରେ ମହିଳା ଜଣଙ୍କ ଘର ମାଲିକାଣୀଙ୍କ ସାଜସଜ୍ଜାକୁ ପ୍ରଶଂସା କରିବା ସହିତ ଇଣ୍ଟେରିଅର ଦେଖି ପାରିବି କି କହି ଘର ଭିତରକୁ ପଶିଥିଲେ । ପଡ଼ୋଶୀ ଭାବି ମାଲିକାଣୀ ମହିଳାଙ୍କୁ ଘର ଦେଖିବାକୁ ଅନୁମତି ଦେଇଥିଲେ । ତେବେ ଏହି ସମୟରେ ମହିଳା ଜଣଙ୍କ ସିଧାସଳଖ ବେଡରୁମକୁ ଦୌଡ଼ିଯାଇ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । ତା’ପରେ ସେ ବାଥରୁମକୁ ଯାଇ ଗାଧୋଇଥିଲେ । କବାଟ ବାଡ଼େଇବାରୁ ଅଭିଯୁକ୍ତ ମହିଳା କବାଟ ଖୋଇଥିଲେ । ମାତ୍ର ତାଙ୍କ ଦେହରେ ଗୋଟିଏ ବି କପଡ଼ା ନଥିଲା ।

ଏହାପରେ ଅନ୍ୟ ମହିଳାମାନେ ତାଙ୍କୁ ବଳପୂର୍ବକ ଡ୍ରେସ ପିନ୍ଧାଇ ଘରୁ ବିଦା କରିଥିଲେ । ତେବେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ପୁଅଙ୍କ ସହିତ ଭଡ଼ାରେ ରହୁଥିବା ଜଣାପଡ଼ିଥିଲା । ସେ ନୂଆ ଫ୍ଲାଟରେ ଭଡ଼ା ନେବାର ପ୍ରଥମ ଦିନରେ ରାତି ୯ଟା ସମୟରେ ଛାତରେ ବିନା କପଡ଼ାରେ ବୁଲୁଥିବାର ମଧ୍ୟ ଦେଖାଯାଇଥିଲା । ଏହାପରେ ମହିଳାଙ୍କୁ ସ୍ୱାମୀଙ୍କୁ ଘର ଖାଲି କରିବାକୁ କୁହାଯାଇଥିଲା । ତେବେ ପରେ ପୋଲିସ ମହିଳାଙ୍କୁ ଥାନାକୁ ନେଇଥିଲା । ତେବେ ମହିଳା ଜଣଙ୍କ କାହିଁକି ଏପରି କାଣ୍ଡ କରିଥିଲେ ତା’ର କାରଣ ଜଣାପଡ଼ିନାହିଁ ।

Get real time updates directly on you device, subscribe now.