fbpx

ମଙ୍ଗଳ ଗ୍ରହରେ ବି ତିଷ୍ଠିପାରିବ ଜୀବଜଗତ! ମହାକାଶରେ ରହି ପ୍ରମାଣ କରିଦେଲା ଏହି ଜୀବ

ଓଡ଼ିଶା ଭାସ୍କର: ଆମ ଦୁନିଆ ପ୍ରକୃତରେ କେତେ ଅଜବ । ପୃଥିବୀରେ ଏମିତି ଅନେକ ଜିନିଷ ରହିଛି ଯାହାକୁ ଆମେ ଏପର୍ଯ୍ୟନ୍ତ ଏକ୍ସପ୍ଲୋର କରିନାହାନ୍ତି । କିନ୍ତୁ ବୈଜ୍ଞାନିକମାନେ ମହାକାଶରେ ଘୁରି ବୁଲୁଥିବା ଅନ୍ୟ ଗ୍ରହ ଗୁଡ଼ିକ ବିଷୟରେ ମଧ୍ୟ ବିଭିନ୍ନ ରହସ୍ୟ ଖୋଜି ବାହାର କରି ସାରିଛନ୍ତି । ଅନେକ ରହସ୍ୟର ସନ୍ଧାନରେ ଏବେ ବି ପରୀକ୍ଷା ନିରୀକ୍ଷା ଜାରି ରହିଛି । ଅନେକ ସମୟରେ ଏଭଳି କିଛି ତଥ୍ୟ ସାମନାକୁ ଆସେ, ଯେଉଁଥିରୁ ମନେ ହୁଏ ଯେ, ମହାକାଶରେ ମଧ୍ୟ ଜୀବନଯାପନ ସମ୍ଭବ ହୋଇପାରେ । ସେହିଭଳି ଏକ ମାମଲା ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର କାରଣ ପାଲଟିଛି ।

ବୈଜ୍ଞାନିକ ମାନେ ଅନ୍ୟ ଗ୍ରହରେ ଜୀବନଯାପନ ପ୍ରଣାଳୀ ସମ୍ଭବ କି ନୁହେଁ, ତାହା ଜାଣିବା ପାଇଁ ପୃଥିବୀର କିଛି ଜୀବଙ୍କୁ ମହାକାଶକୁ ପଠାଇଥିଲେ । ଏହାକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମନାକୁ ଆସିଛି । ମହାକାଶକୁ ଯାଇଥିବା ଏକ ଜୀବ ମହାକାଶରେ ଆରାମରେ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି । ଏକ ସ୍ୱତନ୍ତ୍ର ପ୍ରୟୋଗରେ ଏହି ଫଳାଫଳ ହାସଲ କରିଛନ୍ତି ବୈଜ୍ଞାନିକ । ଏହି ଜୀବର ନାଁ ହେଉଛି ଲାଇକେନ୍ । ଏହି ଜୀବ ଏକ ସ୍ୱତନ୍ତ୍ର ପ୍ରଜାତିର ହୋଇଥାଏ, ଯାହା ଫଙ୍ଗସ ଏବଂ କାଇ ମଧ୍ୟରେ ଏକ ଖାସ୍ ସମ୍ପର୍କ ସ୍ଥାପନ କରିଥାଏ । ଏହି ଜୀବ ସ୍ପେସରେ ରହି ନିଜର ଦକ୍ଷତା ପ୍ରତିପାଦନ କରିଛି ।

ଏହା ଉପରେ ରିସର୍ଚ୍ଚ ସମୟରେ ଏହାକୁ ବୈଜ୍ଞାନିକମାନେ ଇଣ୍ଟରନେସନାଲ ସ୍ପେସ ଷ୍ଟେସନର ବାହାରେ ରଖିଥିଲେ । ଫଳରେ ଲାଇକେନ୍ ଅନ୍ତରୀକ୍ଷ ଭାକ୍ୟୁମ୍, ଚରମ ତାପମାତ୍ରା, ଜଳର ଅଭାବ, ହାନିକାରକ ରେଡିଏସନ୍, ପାରାବାଇଗଣୀ ରଶ୍ମୀକୁ ସାମନା କରି ଫଟୋ ସିନ୍ଥେସିସର କାମ ମଧ୍ୟ ଜାରି ରଖିଥିଲା । ଏଭଳି ପରିସ୍ଥିତିରେ ଅଧିକାଂଶ ଜୀବ ନଷ୍ଟ ହୋଇଯାଉଥିବା ବେଳେ ମାତ୍ର ଅଳ୍ପ କିଛି ସୂକ୍ଷ୍ମଜୀବ ଏଭଳି କରିବାରେ ସଫଳ ହୋଇଛନ୍ତି ।

ତେବେ ପୃଥିବୀରେ ସୃଷ୍ଟି ହୋଇଥିବା ମଙ୍ଗଳ ଗ୍ରହର ଅନୁକରଣୀୟ ପରିବେଶରେ ବଞ୍ଚିବା ପରେ ଲାଇକେନ ପ୍ରମାଣ କରିଛି ଯେ, ଏହା ଆରାମରେ ମହାକାଶର ଚାପକୁ ମଧ୍ୟ ସହ୍ୟ କରିପାରିବ। ଏହା ବ୍ୟତୀତ, ମଣିଷ ପାଇଁ ବିପଦଜନକ ୧୨ ହଜାର ଗୁଣ ଅଧିକ ଶକ୍ତିଶାଳୀ ବିକିରଣକୁ ଅତିକ୍ରମ କରି ଲାଇକେନ୍ ସହଜରେ ଫଟୋସିନ୍ଥେସିସ କରିପାରିବ । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନଯାପନ ସମ୍ଭବ ହୋଇପାରିବ ବୋଲି ମଧ୍ୟ ଅନେକ ବୈଜ୍ଞାନିକ ଦାବି କରିଛନ୍ତି ।

Get real time updates directly on you device, subscribe now.