fbpx
BJD SKY
BJD SKY

କେଜ୍ରିୱାଲଙ୍କୁ କ’ଣ ୧୦ ବର୍ଷ ଜେଲ୍‌ରେ ରଖାଯିବ? ପତ୍ନୀ ସୁନୀତାଙ୍କ ପ୍ରଶ୍ନ

BJD

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଲୋକସଭା ନିର୍ବାଚନରେ ପ୍ରଚାରର ଭାର ନିଜ କାନ୍ଧ ଉପରକୁ ନେଇଛନ୍ତି । ଏବେ ସେ ଦିଲ୍ଲୀ ବାହାରେ ବି ଦଳ ପାଇଁ ଭୋଟ ମାଗୁଛନ୍ତି । ସୁନୀତା କେଜ୍ରିୱାଲ ଗୁରୁବାର ଗୁଜରାଟର ଭାବନଗରରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଉମେଶ ଭାଇ ମକବାନାଙ୍କ ପାଇଁ ରୋଡ୍ ଶୋ’ କରିଥିଲେ । ଏହି ସମୟରେ ସେ କହିଥିଲେ କି ତାଙ୍କ ସ୍ୱାମୀଙ୍କୁ ଜବରଦସ୍ତ ଜେଲ୍‌ରେ ଭର୍ତ୍ତି କରାଯାଇଛି । ସୁନୀତା କହିଥିଲେ ସମାଜସେବା ଲାଗି କେଜ୍ରିୱାଲ ଆଇଆର୍‌ଏସ୍ ଚାକିରୀ ଛାଡିଥିଲେ ।

ରୋଡ୍ ଶୋ’ ପରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ସୁନୀତା କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ୪୦ ଦିନ ଧରି ଜବରଦସ୍ତ ଜେଲ୍‌ରେ ରଖାଯାଇଛି । କୁହାଯାଉଛି କି ଯାଞ୍ଚ ଚାଲୁଛି । ଯଦି ଏହି ଯାଞ୍ଚ ୧୦ ବର୍ଷ ଯାଏ ଚାଲିବ ତେବେ କ’ଣ ତାଙ୍କୁ ୧୦ ବର୍ଷ ଯାଏ ଜେଲ୍‌ରେ ରଖାଯିବ । ପୂର୍ବରୁ କେହି ବ୍ୟକ୍ତି ସେତେବେଳେ ଜେଲ୍ ଯାଉଥିଲା ଯେତେବେଳେ ସେ ଦୋଷୀ ସାବ୍ୟସ୍ତ ହେଉଥିଲା । ଏବେ ଏମାନେ ସିଷ୍ଟମ ବଦଳାଇ ଦେଇଛନ୍ତି । ଏଣୁ ଯେ ପର୍ଯ୍ୟନ୍ତ

ମୋକଦ୍ଦମା ଚାଲିବ ସେ ପର୍ଯ୍ୟନ୍ତ ବ୍ୟକ୍ତିକୁ ଜେଲ୍‌ରେ ରଖିବେ । ଏହା ପୁରା ଗୁଣ୍ଡାଗର୍ଦ୍ଦି । କେଜ୍ରିୱାଲ ଜଣେ ସଚ୍ଚୋଟ ଦେଶଭକ୍ତ ଅଟନ୍ତି । ବିନା ଦୋଷରେ ତାଙ୍କୁ ଜେଲ୍‌ରେ ବନ୍ଦ କରି ରଖିଛନ୍ତି । ସେ କହିଛନ୍ତି କେଜ୍ରିୱାଲ ସମାଜସେବା କରିବା ପାଇଁ ଆଇଆରଏସ୍ ଚାକିରୀ ଛାଡିଥିଲେ । ଦିଲ୍ଲୀ ଜନତା ତାଙ୍କୁ ୩ ଥର ମୁଖ୍ୟମନ୍ତ୍ରୀ କରିଛନ୍ତି । ସାରା ଦେଶର ଜନତା ତାଙ୍କୁ ଭଲ ପାଆନ୍ତି । ଏହା ବିଜେପି ସହ୍ୟ କରିପାରିଲା ନାହିଁ ଓ ତାଙ୍କୁ ମିଥ୍ୟା ମାମଲାରେ ଜେଲ୍‌ରେ ଭର୍ତ୍ତି କରିଦିଆଗଲା ।

Get real time updates directly on you device, subscribe now.