fbpx
BJD SKY
BJD SKY

ରାହୁଲଙ୍କ ନାମାଙ୍କନ ପାଇଁ ଆମେଥିରେ ସଜବାଜ; କୋର୍ଟରେ ପହଞ୍ଚି ଫର୍ମ କିଣିଲେ କଂଗ୍ରେସ ପଦାଧିକାରୀ

BJD

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟ ମତଦାନ ମେ’ ୭ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ଆମେଥିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଏବଂ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । କାଗଜପତ୍ର କିଣିବା ପାଇଁ ଜିଲ୍ଲା କଂଗ୍ରେସ ପଦାଧିକାରୀ ବ୍ରିଜେଶ ତ୍ରିପାଠୀ କୋର୍ଟରେ ପହଞ୍ଚିଛନ୍ତି । ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିବେ । ବାସ୍ତବରେ ଆମେଥିରୁ କଂଗ୍ରେସ ପ୍ରାର୍ଥୀଙ୍କ ଆନୁଷ୍ଠାନିକ ତାଲିକା ପ୍ରକାଶ ପାଇନଥିବାରୁ କଳ୍ପନାଜଳ୍ପନାର ବଜାର ସରଗରମ ହୋଇଛି ।

ଆମେଥିରୁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ସେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଶା ଅନନ୍ତଙ୍କୁ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି । ଆମେଠିରେ ପହଞ୍ଚିଥିବା ସୋନିଆ ଗାନ୍ଧୀଙ୍କ ପ୍ରତିନିଧି କିଶୋରୀ ଲାଲ ଶର୍ମା କହିଛନ୍ତି, କେବଳ ଗାନ୍ଧୀ ପରିବାରର ଜଣେ ସଦସ୍ୟ ହିଁ ନିର୍ବାଚନ ଲଢ଼ିବେ । ରାହୁଲ ଗାନ୍ଧିଙ୍କ ପାଇଁ ସମସ୍ତ ପ୍ରସ୍ତୁତି ସରିଛି, ଅନ୍ୟ କାହା ପାଇଁ ନୁହେଁ। ଦଳୀୟ କର୍ମୀମାନେ ଚାହୁଁଛନ୍ତି ଯେ କେବଳ ଗାନ୍ଧୀ ପରିବାରର ଜଣେ ସଦସ୍ୟ ଆମେଥିରୁ ନିର୍ବାଚନ ଲଢନ୍ତୁ ।

 

 

Get real time updates directly on you device, subscribe now.