fbpx
BJD SKY
BJD SKY

ଟଙ୍କା ଲୋଭରେ ବଜାରରେ ବିକ୍ରି ହେଉଛି ଅପମିଶ୍ରିତ ମସଲା, ଜାଣନ୍ତୁ କେମିତି ଚିହ୍ନିବେ ଅସଲି କି ନକଲି ?

BJD

ଆଜିକାଲି ବଜାରରେ ଅପମିଶ୍ରିତ ମସଲାର ବ୍ୟବହାର ଅଧିକ ହେଉଥିବା ଦେଖାବାକୁ ମିଳୁଛି। ଏହି ଅପମିଶ୍ରିତ ମସଲା ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଏହି ମସାଲା ଆମ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରିବା ଦ୍ୱାରା ଅନେକ ଉପାୟରେ ସ୍ୱାସ୍ଥ୍ୟକୁ କ୍ଷତି କରନ୍ତି। ବେଳେବେଳେ ଏହି ଅପମିଶ୍ରିତ ଦ୍ରବ୍ୟ ମଧ୍ୟ ସାଂଘାତିକ ପ୍ରମାଣିତ ହୁଏ। ସେଥିରେ, ଇଟା ପାଉଡର, ସିମେଣ୍ଟ, ଅମୃତଭଣ୍ଡା ମଞ୍ଜି ଏବଂ ଚୂନ ଭଳି ଅନେକ ଜିନିଷ ମିଶ୍ରଣ କରିଥାନ୍ତି।

ମସଲା ମଧ୍ୟରେ ଗୋଲମରିଚ, ଲଙ୍କା ଗୁଣ୍ଡ, ହଳଦୀ ଏବଂ ଜିରା ସବୁଠାରୁ ଅଧିକ ଅପମିଶ୍ରିତ ଥାଏ। ଏଥିପ୍ରତି ଆପଣ ସାବଧାନତା ଅବଲମ୍ବନ କରନ୍ତୁ। ତେବେ ଆମେ ଆପଣଙ୍କୁ କିଛି ପଦ୍ଧତି କହିବୁ ଯାହା ଦ୍ୱାରା ଆପଣ ସହଜରେ ଅପମିଶ୍ରିତ ମସଲା ଚିହ୍ନଟ କରିପାରିବେ।

ଜିରା କିପରି ଚିହ୍ନିବେ…

ଏକ ଚାମଚ ଜିରା ନିଅନ୍ତୁ ଏବଂ ଏହାକୁ ହାତରେ ଘଷନ୍ତୁ। ଏପରି କରିବା ଦ୍ୱାରା ଯଦି ଜିରାରୁ ରଙ୍ଗ ବାହାରେ ତେବେ ବୁଝିଯିବେ ଯେ ଏହା ଅପମିଶ୍ରିତ ଅଟେ ।

ହଳଦୀକୁ କିପରି ଚିହ୍ନିବେ…

ଅସଲ ଏବଂ ନକଲି ହଳଦୀକୁ ଚିହ୍ନିବା ପାଇଁ ଏକ ଗ୍ଲାସରେ ଗରମ ପାଣି ନିଅନ୍ତୁ ଏବଂ ସେଥିରେ ହଳଦୀ ଗୁଣ୍ଡ ମିଶାନ୍ତୁ। ଯଦି ହଳଦୀ ଗ୍ଲାସର ତଳ ଭାଗରେ ଜମିବା ଆରମ୍ଭ କରେ, ତେବେ ବୁଝିଯିବେ ଆପଣଙ୍କୁ ଦିଆଯାଇଥିବା ହଳଦୀ ଅସଲି।

ଲଙ୍କା ଗୁଣ୍ଡକୁ କିପରି ଚିହ୍ନିବେ…

ନାଲି ଲଙ୍କା ଗୁଣ୍ଡକୁ ଚିହ୍ନିବା ପାଇଁ, ଏକ ଗ୍ଲାସରେ ପାଣି ନେଇ ଲଙ୍କାଗୁଣ୍ଡ ମିଶାନ୍ତୁ, ଯଦି ନାଲି ଚିଲି ପାଉଡର ପାଣିରେ ତରଳିଯାଏ ଏବଂ ଏହାର ରଙ୍ଗ ପରିବର୍ତ୍ତନ ହୁଏ, ତେବେ ଜାଣିବେ ଯେ ଆପଣ ଅପମିଶ୍ରିତ ଲଙ୍କା ଗୁଣ୍ଡ ବ୍ୟବହାର କରିଛନ୍ତି।

ଗୋଲମରିଚ କିପରି ଚିହ୍ନିବେ…

କଳା ଲଙ୍କା ଚିହ୍ନଟ କରିବାର ସହଜ ଉପାୟ ହେଉଛି ଏକ ଗ୍ଲାସକୁ ପାଣିରେ ଭର୍ତ୍ତି କରିବା ପରେ ସେଥିରେ ଗୋଲମରିଚ ମିଶାଇବା। ଯଦି ଗୋଲମରିଚ ପାଣିରେ ବୁଡିଯାଏ, ତେବେ ଜାଣିବେ ଏହା ଅସଲି। ନଚେତ୍ ଆପଣଙ୍କୁ ଗୋଲମରିଚ ନାମରେ ଅମୃତଭଣ୍ଡା ମଞ୍ଜି ଦିଆଯାଇଛି। ଏହି ପଦ୍ଧତିକୁ FSSAI ଦ୍ୱାରା କୁହାଯାଇଛି।

Get real time updates directly on you device, subscribe now.