fbpx
BJD SKY
BJD SKY

Big Breaking; ବିଜେଡିରୁ ଇସ୍ତଫା ଦେଲେ ଅନୁଭବ: ଟିକେଟ ନ ମିଳିବାରୁ ନେଲେ ନିଷ୍ପତ୍ତି

BJD

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବାକି ଥିବା ଶେଷ ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଏହାପରେ ଦଳର ଜଣେ ଆଗ ଧାଡ଼ିର ନେତା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଖଣ୍ଡପଡ଼ାରୁ ବିଧାୟକ ପାଇଁ ଆଶାୟୀ ପ୍ରାର୍ଥୀ ଅନୁଭବ ପଟ୍ଟନାୟକ ବର୍ତ୍ତମାନ ଦଳ ଛାଡ଼ିଥିବା ଜାଣିବାକୁ ମିଳିଛି । ୨୦୨୪ ନିର୍ବାଚନ ପାଇଁ ଖଣ୍ଡପଡ଼ା କିମ୍ବା ଅନ୍ୟ କୌଣସି ସ୍ଥାନ ପାଇଁ ଟିକେଟ ନ ମିଳିବାରୁ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ଅନୁଭବ ।

ଆଗାମୀ ନିର୍ବାଚନ ପାଇଁ ବିଜେଡି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି । ଶେଷ ପର୍ଯ୍ୟାୟରେ ବିଜେଡି ବାକି ଥିବା ୩ଟି ବିଧାନସଭା ଆସନ ପାଇଁ ଟିକେଟ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଏହି ଘୋଷଣା ପରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ଅନୁଭବ ପଟ୍ଟନାୟକ । ଖଣ୍ଡପଡ଼ାରୁ ବିଜେଡିର ଆଶାୟୀ ପ୍ରାର୍ଥୀ ଭାବରେ ତାଙ୍କ ନାଁ ସାମିଲ ଥିଲେ ମଧ୍ୟ ବିଜେଡି ଅନୁଭବଙ୍କୁ ଟିକେଟ ଦେଇନାହିଁ । ଏହାପରେ ଅସନ୍ତୋଷ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି ଅନୁଭବ ପଟ୍ଟନାୟକ । ଖଣ୍ଡପଡ଼ାରେ ପୂର୍ବରୁ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାୟକ ଭାବରେ ରହିଥିବା ବେଳେ ଚଳିତ ନିର୍ବାଚନ ପାଇଁ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.