fbpx
BJD SKY
BJD SKY

(Video) ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ! ବିରିୟାନୀରେ ବ୍ୟବହାର କରାଯାଉଛି କି ବିଲେଇ ମାଂସ, ଚୋରି ଘଟଣା ବଢ଼ାଇଲା ସନ୍ଦେହ

BJD

ନୂଆଦିଲ୍ଲୀ: ଆଜିର ସମୟରେ ବିରିୟାନୀ ଅନେକ ଲୋକଙ୍କର ମନପସନ୍ଦର ଖାଦ୍ୟ ଅଟେ । ବିଶେଷ କରି ଘରଠାରୁ ଦୂରରେ ରହୁଥିବା, କୌଣସି ଅଫିସରେ କାମ କରୁଥିବା ଯୁବପୀଢ଼ିମାନେ ଗଳିକନ୍ଦିରେ ପସରା ମେଲାଇଥିବା ଠେଲା ବେପାରୀଙ୍କ ଠାରୁ ଶସ୍ତାରେ ବିରିୟାନୀ ଖାଉଥିବା ଦେଖାଯାଉଛି । ତେବେ ଥରେ ଭାବନ୍ତୁ, ଆପଣଙ୍କୁ ମଟନ ମିରିୟାନୀ, ଚିକେନ ବିରିୟାନୀ ନାମରେ ଯଦି ଭକୁଆ ବନାଯିବ ତେବେ ଆପଣଙ୍କୁ କିପରି ଲାଗିବ । ଅନ୍ୟ କୌଣସି ପୋଷା ପ୍ରାଣୀଙ୍କ ମାଂସ ଖାଇବା ଘଟଣାକୁ କେହି ବି ସହ୍ୟ କରିପାରିବେ ନାହିଁ ।

ତେବେ ଏହା ମଧ୍ୟରେ ବିରିୟାନୀକୁ ନେଇ ଆସିଛି ଏକ ବଡ଼ ଖବର । ଚେନ୍ନାଇରେ ବିରିୟାନୀରେ ବିଲେଇ ମାଂସର ବ୍ୟବହାର କରାଯାଉଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦୁଇଜଣ ଲୋକ ବିଲେଇକୁ କପଡ଼ାରେ ଗୁଡ଼େଇ ଧରି ତରତରରେ ପଳେଇ ଯାଉଥିବା ଦେଖାଯାଉଛି । ସେହି ଦୁଇ ଜଣ ଲୋକଙ୍କ ପାଖରେ ବିଲେଇକୁ ଧରିବା ଏକ ଯନ୍ତ୍ର ମଧ୍ୟ ରହିଥିବା ଭିଡିଓରେ ଦେଖାଯାଇଥିଲା । ଚେନ୍ନାଇରେ ଗୋଟିଏ ଗ୍ରୁପର ଲୋକମାନେ ବିଲେଇଙ୍କୁ ଅପହରଣ କରି ମାଂସକୁ ରେଷ୍ଟୁରାଣ୍ଟରେ ବିକ୍ରି କରୁଥିବା କୁହାଯାଉଛି ।

ଗତ ୨୦୧୮ ମସିହାରେ ଏପରି ଘଟଣା ସାମ୍ନାକୁ ଆସିଥିଲା । ଏହା ମଧ୍ୟରେ ବିଲେଇ ଚୋରିର ଏକ ଭିଡିଓ ସାମ୍ନାକୁ ଆସିବା ପରେ ସେନେଇ ଏବେ ଚର୍ଚ୍ଚା ବଢ଼ିଯାଇଛି । ମାଂସ ପାଇଁ ନିରୀହ ବିଲେଇମାନଙ୍କୁ ଅପହରଣ କରି ହତ୍ୟା କରାଯାଉଥିବା କିଛି ଲୋକ କହିଛନ୍ତି । ନିକଟରେ ଚେନ୍ନାଇର ସ୍ପର ଟଙ୍କ ରୋଡ଼ରେ ଜଣେ ବ୍ୟକ୍ତି ବିଲେଇଙ୍କୁ ଖାଦ୍ୟ ଦେବା ସହିତ ବିଳମ୍ବିତ ରାତିରେ ସେମାନଙ୍କୁ ଧରିନେଇଥିଲେ । ତେବେ ଏ ବାବଦରେ ପଚରାଉଚରା କରିବାରୁ ସେ ସହରର ରାସ୍ତାକଡ଼ ଦୋକାନୀଙ୍କୁ ବିଲେଇ ବିକ୍ରି କରୁଥିବା ଉକ୍ତ ବ୍ୟକ୍ତି ଜଣଙ୍କ କହିଥିଲେ । ତେବେ ଏ ଘଟଣା ପଛର ପ୍ରକୃତ ସତ୍ୟତା ଆଗକୁ ଆସିପାରେ । ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.